କେନ୍ଦ୍ର ଯୋଜନାରୁ ଲାଭ ପାଇଥିବା ହିତାଧିକାରୀଙ୍କୁ ଏକାଠି କଲା ବିଜେପି

ନୂଆପଡ଼ା (ମାୟାଧର ସରାଫ): କେନ୍ଦ୍ର ସରକାର ଯଜନା କରୁଛନ୍ତି। ରାଜ୍ୟରେ ଲୋକେ ଲାଭ ପାଉଛନ୍ତି। କିନ୍ତୁ ଲୋକଙ୍କ ପାଖରେ ଭଲେଇ ହେଉଛି ଶାସକ ବିଜେଡି। ସେଥିପାଇଁ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିବାକୁ ଏବେ ପ୍ରୟାସ ଆରମ୍ଭ କରିଛି ବିଜେପି। କେନ୍ଦ୍ର ସରକାରଙ୍କ ଯୋଜନା ଗୁଡ଼ିକରେ ସାମିଲ୍ ହୋଇଥିବା ହିତାଧିକାରୀଙ୍କୁ ଭେଟିବାକୁ ବିଜେପି କରିଛି ନୂଆ କୌଶଳ। ଏଥିପାଇଁ ନୂଆପଡ଼ାରେ ଆୟୋଜନ ହୋଇଥିଲା ଏକ ସଭା।

କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରର ୪ ବର୍ଷ ପୂର୍ତ୍ତି ଅବସରରେ ଆରମ୍ଭ ହୋଇଛି ମହାସଂପର୍କ ଅଭିଯାନ। ଏହାକୁ ସମର୍ଥନ କରି ଆଜି ନୂଆପଡ଼ାଠାରେ ଅନୁଷ୍ଠିତ ହୋଇଯାଇଛି ଲାଭାର୍ଥୀ ସମ୍ମିଳନୀ। ଓଡ଼ିଶା ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ସାମିଲ ହୋଇଥିଲେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ୍ ହୋଇ ଲାଭ ପାଇଥିବା ହିତାଧିକାରୀମାନେ। ପୋଲିସ୍ ପଡ଼ିଆର ସାଂସ୍କୃତିକ ରଙ୍ଗମଞ୍ଚରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଉଜ୍ଜଳା, ଆବାସ ଯୋଜନା, ମୁଦ୍ରା ଯୋଜନା, ଦୀନଦୟାର ସୁରକ୍ଷା ଯୋଜନା ଏବଂ ଜନଔଷଧୀ ଯୋଜନାର ହିତାଧିକାରୀ ଏକାଠି ହୋଇଥିଲେ।

Previous ArticleNext Article

Leave a Reply

Send this to a friend