ଉପକାରାଗାର ଫେରାଇ ଆଣିବା ଦାବିରେ ୮ ଘଣ୍ଟିଆ ଆଠଗଡ଼ ବନ୍ଦ

ଆଠଗଡ଼: ଆଠଗଡ଼କୁ ଉପକାରାଗାର ଫେରାଇ ଆଣିବା ଦାବିରେ ଓକିଲ ସଂଘ ପକ୍ଷରୁ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଫଳରେ ଅଞ୍ଚଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୋକାନ ବଜାର ବନ୍ଦ ରହିଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବନ୍ଦରେ ଅଞ୍ଚଳର ସମସ୍ତ ଅନୁଷ୍ଠାନ ଓ ବ୍ୟବସାୟୀକ ପ୍ରତିଷ୍ଠାନ ସାମିଲ ହୋଇଛନ୍ତି।

୨ବର୍ଷ ପୂର୍ବେ ଆଠଗଡ଼ ଉପକାରାଗାରର ମରାମତି ପାଇଁ ସମସ୍ତ କଏଦୀଙ୍କୁ ଚୌଦ୍ୱାର ସର୍କଲ ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଏହାର ମରାମତି କାମ ଶେଷ ହୋଇଛି। ହେଲେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ ନଥିବାରୁ ଓକିଲ ସଂଘ ଏହି ବନ୍ଦ ଡାକରା ଦେଇଛି।

Previous ArticleNext Article

Send this to a friend