ବାର୍ଦ୍ଧକ୍ୟର ଦୁଃଖ: ଯିଏ ଯୁଆଡ଼େ ଚାଲିଗଲେ, ଜରା ନିବାସରେ ବିତୁଛି ଜୀବନ

ବଲାଙ୍ଗିର (ସସ୍ମିତା ସାହୁ): ଜୀବନର ସବୁଠୁ ମୂଲ୍ୟବାନ ସମୟ ଦେଇ ଗଢ଼ିଥିଲେ ପିଲାଙ୍କ ଭବିଷ୍ୟତ। ଭାବିଥିଲେ ବାର୍ଦ୍ଧକ୍ୟ ବେଳେ ସେମାନେ ହେବେ ଆଶ୍ରାବାଡ଼ି। ହେଲେ ସେମାନେ ହିତାହିତ ଜ୍ଞାନ ଭୁଲିଗଲେ। ଜନ୍ମଦାତାଙ୍କୁ ଦେଲେ ନାନା ନିର୍ଯାତନା। ଏପରିକି ଘରୁ ମଧ୍ୟ ବାହାର କରିଦେଲେ। ବାର୍ଦ୍ଧକ୍ୟ ବୟସରେ ବଦଳିଗଲା ସେମାନଙ୍କ ଭାଗ୍ୟ ଓ ଠିକଣା। ଶେଷ ଠିକଣା ହେଲା ଜରା ନିବାସ। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସାଲେପାଲି ଗାଁର ଗୋବିନ୍ଦ ମଉସା। ପରିବାର କହିଲେ ଝିଅ ଓ […]

Old age home

Old age home

Rakesh Mallick
  • Published: Wednesday, 27 June 2018
  • Updated: 27 June 2018, 06:02 PM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ): ଜୀବନର ସବୁଠୁ ମୂଲ୍ୟବାନ ସମୟ ଦେଇ ଗଢ଼ିଥିଲେ ପିଲାଙ୍କ ଭବିଷ୍ୟତ। ଭାବିଥିଲେ ବାର୍ଦ୍ଧକ୍ୟ ବେଳେ ସେମାନେ ହେବେ ଆଶ୍ରାବାଡ଼ି। ହେଲେ ସେମାନେ ହିତାହିତ ଜ୍ଞାନ ଭୁଲିଗଲେ। ଜନ୍ମଦାତାଙ୍କୁ ଦେଲେ ନାନା ନିର୍ଯାତନା। ଏପରିକି ଘରୁ ମଧ୍ୟ ବାହାର କରିଦେଲେ। ବାର୍ଦ୍ଧକ୍ୟ ବୟସରେ ବଦଳିଗଲା ସେମାନଙ୍କ ଭାଗ୍ୟ ଓ ଠିକଣା। ଶେଷ ଠିକଣା ହେଲା ଜରା ନିବାସ।

[caption id="attachment_248653" align="alignleft" width="957"] ବାକି ଜୀବନ ଜିଇଁବାର ସ୍ୱପ୍ନ ଦେଖୁଛନ୍ତି ଗୋବିନ୍ଦ ମଉସା[/caption]

ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସାଲେପାଲି ଗାଁର ଗୋବିନ୍ଦ ମଉସା। ପରିବାର କହିଲେ ଝିଅ ଓ ପତ୍ନୀ। କାମଦାମ କରି ପରିବାର ଭରଣ ପୋଷଣ କରୁଥିଲେ। ଝିଅ ବଡ଼ ହେଲା। ବାହାଘର ହେଲା। ନୂଆ ସଂସାର ଗଢ଼ିବାକୁ ଗଲା। ହେଲେ ଭୁଲି ଗଲା ଜନ୍ମଦାତାଙ୍କୁ। ନିଜ ସଂସାର ଚଢ଼ିବା ଚକ୍କରରେ ନିଜ ବାପାଙ୍କ କଥା ଭୁଲି ଗଲେ। ଅଗ୍ନିକୁ ସାକ୍ଷୀରଖି ସାତ ଜନମକୁ ଜୀବନ ସାଥୀ ହେବାର ପ୍ରତିଶ୍ରୁତି ଦେଇଥିବା ପତ୍ନୀ ମଧ୍ୟ ପର କରିଦେଲା। ସେ ଗୋବିନ୍ଦ ମଉସାଙ୍କୁ ଛାଡ଼ି ଆଉ କାହା ସହିତ ସଂସାର ଗଢ଼ିବାକୁ ଚାଲି ଗଲା। ଏବେ ସେ ସମ୍ପୂର୍ଣ୍ଣ ଏକା। ବାର୍ଦ୍ଧକ୍ୟ ଜୀବନ ବିତୁଛି ଜରା ନିବାସରେ। ପାଖରେ ଝିଅ ଓ ସ୍ତ୍ରୀ ନଥିଲେ ନାହିଁ ଅନ୍ୟ ସାଥୀଙ୍କ ସହିତ ଜୀବନ ଜିଇଁବାର ସ୍ୱପ୍ନ ଦେଖୁଛନ୍ତି ଗୋବିନ୍ଦ ମଉସା।

[caption id="attachment_248655" align="alignleft" width="928"] ସ୍ୱାମୀ ଏକା କରି ଚାଲିଗଲେ। ଆଉ ତା’ପରେ... [/caption]

ସେହିପରି ଇଏ ହେଉଛନ୍ତି ଚନ୍ଦ୍ରାବତୀ। ବୟସ ପାଖାପାଖି ୭୦ ହେବ। ସ୍ୱାମୀ ଓ ଏକମାତ୍ର ପୁଅକୁ ନେଇ ଗଢ଼ିଥିଲେ ସଂସାର। ହେଲେ ଦଇବ ଦାଉ ସାଧିଲା। ଅଧା ରାସ୍ତାରୁ ଏକା କରି ସ୍ୱାମୀ ଆର ପାରିକୁ ଚାଲିଗଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ଚନ୍ଦ୍ରାମତୀ ଭାବିଥିଲେ ବାକି ଜୀବନ ପୁଅ ସହିତ ବିତେଇବ। ବାର୍ଦ୍ଧକ୍ୟ ବେଳରେ ପୁଅ ଆଶ୍ରାବାଡ଼ି ହେବ। ଚାଲି ପାରୁନଥିଲେ ପୁଅ ଚଲାଇ ନେବ। ଏମିତି ଅନେକ ସ୍ୱପ୍ନ ଦେଖିଥିଲେ ଚନ୍ଦ୍ରାବତୀ। ହେଲେ ଜୀବନର ଛକି ଶୂନ ଖେଳରେ ହାରିଗଲେ ଚନ୍ଦ୍ରାବତୀ। ଯାହାକୁ ନିଜ ଜୀବନର ସବୁଠାରୁ ମୂଲ୍ୟବାନ ସମୟ ଦେଇ ଗଢ଼ିଥିଲେ ସେ ବାହା ହେବା ପରେ ବଦଳିଗଲା। ନିଗ ଜନ୍ମକଲା ମାଆ ପ୍ରତି ନିଷ୍ଠୁର ହେଲା। ଶେଷରେ ନିର୍ଯାତନାରେ ଶିକାର ହେଲେ ଚନ୍ଦ୍ରାବତୀ। ସେଦିନର କଥାକୁ ମନେ ପକାଇ ଆଜି ଜରାନିବାସରେ ଗୁମୁରି ଗୁମୁରି କାନ୍ଦୁଛନ୍ତି। ପାଖରେ ପୁଅ ସିନା ନାହିଁ, ହେଲେ ସାଥୀମାନେ ଚନ୍ଦ୍ରାବତୀଙ୍କ ଆଖିରୁ ଲୁହ ପୋଛି ଦେଉଛନ୍ତି।

[caption id="attachment_248656" align="alignleft" width="966"] ଅକାଳରେ ଦୁଇ ପୁଅ ଆରପାରିକୁ ଚାଲି ଯିବା ପରେ ଜୀବନ ସାଥୀ ପର କରିଦେଲେ[/caption]

ଆଉ ଏକ ଚରିତ୍ରର କଥା ଶୁଣି ଆମେ କାଠ ପାଲଟିଯାଇଥିଲୁ। ଇଏ ହେଉଛନ୍ତି ପୁନବାସୀ ମେହେର। ଆଖିକୁ ଦେଖାଯାଉନି। ଭଳକରି ଶୁଣିପାରୁନାହାନ୍ତି। ଦେହରେ ବଳ ନାହିଁ। ଚର୍ମ ଧୁଡୁଧୁଡ଼ି ହୋଇଗଲାଣି। ପୁନବାସୀଙ୍କର ପୂରା ପରିବାର ଥିଲା। ସ୍ୱାମୀ ସହ ଦୁଇ ପୁଅ ଥିଲେ। କିନ୍ତୁ ଅକାଳରେ ଦୁଇ ପୁଅଙ୍କ ଜୀବନ ଗଲା। ଅନ୍ୟ ଜାଗାରେ ବିବାହ କଲେ ସ୍ୱାମୀ। ଘରୁ ତଡା ଖାଇଲେ ପୁନବାସୀ। ଏବେ ଜରାନିବାସ ତାଙ୍କର ଏକମାତ୍ରା ସାହାରା। ଘର କଥା ମନେ ପଡିଲେ, ମନେ ପଡିଯାଏ ସ୍ୱାମୀ ଓ ସଉତୁଣୀର ଅକଥନୀୟ ନିର୍ଯାତନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story