ଏମିତି ବି ଆସେ ମୃତ୍ୟୁ: ଗଛ ମୂଳେ ଟଳି ପଡ଼ିଲେ ନଣନ୍ଦ-ଭାଉଜ

Dead-bodies

ନୂଆପଡ଼ା(ଓଡ଼ିଶା ରିପୋର୍ଟର): ବିଲକୁ କାମ କରିବାକୁ ଯାଉଥିଲା। ବର୍ଷା ହେବାରୁ ଗଛ ମୂଳରେ ଛିଡ଼ା ହୋଇଥିଲେ। ଏହି ସମୟରେ ଆକାଶରୁ ଖସିଥିଲା ମୃତ୍ୟୁର ଅଗ୍ନି ପେଣ୍ଡୁଳା। ଫଳରେ ଗଛ ମୂଳରେ ଛିଡ଼ା ହୋଇଥିବା ନଣନ୍ଦ ଓ ଭାଉଜଙ୍କର ମୃତ୍ୟୁ ଘଟିଛି। ଆଜି ବିଭିନ୍ନ ସ୍ଥାନରେ ହୋଇଥିବା ବଜ୍ରପାତରେ ୨ ଜଣ ମୃତ୍ୟୁ ଘଟିଛି।

ଆଜି ଅପରାହ୍ନରେ ନୂଆପଡା ଜିଲ୍ଲା କୋମନା ଥାନା ଭାରୁଆମୁଣ୍ଡା ଗାଁର ଭାରୁଆମୁଣ୍ଡା ଗାଁରେ ଲକ୍ଷ୍ମୀ ମାଝୀ ଓ ତାଙ୍କ ନଣନ୍ଦ ଭାଗ୍ୟବନ୍ତୀ ବିଲକୁ କାମ କରିବାକୁ ଯାଉଥିଲେ। ବର୍ଷା ହେବାରୁ ସେମାନେ ଗଛ ମୂଳରେ ଛିଡ଼ା ହୋଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ସେହିପରି ପୁରୀ ଜିଲ୍ଲା ଡେଲାଙ୍ଗ ଖେଲାର ପଞ୍ଚାୟତରେ ଜଣେ ବୃଦ୍ଧା ଓ ପିପିଲି ପୁବା ଶାସନରେ ବ୍ରହ୍ମପୁର ଅଞ୍ଚଳର ଆଉ ଜଣଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ସଦର ଥାନା ମହୁଲପାଲୀରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି।

Previous ArticleNext Article

Send this to a friend