ଆଜି ଏହି ସବୁ ସ୍ଥାନରେ ହୋଇପାରେ ଝଡ଼ ତୋଫାନ; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ତିନୋଟି ରାଜ୍ୟରେ କାଳବୈଶାଖୀ ବର୍ଷା ସହ ଝଡ଼ତୋଫାନ ହେବ। ଏ ନେଇ ୩ଟି ଜିଲ୍ଲା ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜର ଲୋକଙ୍କୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଅପରାହ୍ନ ସାଢେ ୨ଟାରୁ ସାଢେ ୬ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଝଡ଼ ତୋଫାନ ସହ ୫୦ରୁ ୬୦କିମି ପବନ ବହିବାର ସମ୍ଭାବନା ରହିଛି।

Previous ArticleNext Article

Send this to a friend