ବଜ୍ରପାତ ନେଲା ୧୫ ଜୀବନ: କେମିତି ରହିବେ ସତର୍କ ପଢ଼ନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଡ଼ ବିପତ୍ତି ସାଜିଲାଣି ବଜ୍ରପାତା। ଆଜି ଗୋଟିଏ ଦିନରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ଯାଇଛି ୧୫ରୁ ଅଧିକ ଜୀବନ। ବାଲେଶ୍ୱରରେ ସର୍ବାଧିକ ୭ ଜଣଙ୍କ ମୃତ୍ୟୁ ଘଟିଛି। ବଜ୍ର ବିପତ୍ତିରେ ପୁଣି ଗଲା ୧୫ରୁ ଅଧିକ ଜୀବନ। ବାଲେଶ୍ୱର, ମୟୂରଭଞ୍ଜ ଓ ଖୋର୍ଦ୍ଧା ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଆଜି ଗୋଟିଏ ଦିନରେ ବଜ୍ରପାତରେ ଟଳି ପଡ଼ିଛନ୍ତି ୧୫ଜଣ ଶ୍ରମିକ ଶ୍ରେଣୀର ଲୋକ। କେବଳ ବାଲେଶ୍ୱରରେ ୭ […]

lightening-bolt-tree-1

lightening-bolt-tree-1

Rakesh Mallick
  • Published: Friday, 20 July 2018
  • Updated: 20 July 2018, 08:45 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଡ଼ ବିପତ୍ତି ସାଜିଲାଣି ବଜ୍ରପାତା। ଆଜି ଗୋଟିଏ ଦିନରେ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ଯାଇଛି ୧୫ରୁ ଅଧିକ ଜୀବନ। ବାଲେଶ୍ୱରରେ ସର୍ବାଧିକ ୭ ଜଣଙ୍କ ମୃତ୍ୟୁ ଘଟିଛି।

ବଜ୍ର ବିପତ୍ତିରେ ପୁଣି ଗଲା ୧୫ରୁ ଅଧିକ ଜୀବନ। ବାଲେଶ୍ୱର, ମୟୂରଭଞ୍ଜ ଓ ଖୋର୍ଦ୍ଧା ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଆଜି ଗୋଟିଏ ଦିନରେ ବଜ୍ରପାତରେ ଟଳି ପଡ଼ିଛନ୍ତି ୧୫ଜଣ ଶ୍ରମିକ ଶ୍ରେଣୀର ଲୋକ। କେବଳ ବାଲେଶ୍ୱରରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୟୂରଭଂଜରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର ଓ ନୂଆପଡ଼ାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ଜୀବନ ଯାଇଛି। ଏମାନେ ସମସ୍ତେ ପ୍ରାୟତଃ ବିଲରେ କାମ କଲାବେଳେ ବଜ୍ରପାତରେ ଶିକାର ହୋଇଛନ୍ତି।

କାଳ ହେଲାଣି ବଜ୍ରପାତ: କାଳ ସାଜିଛି ବଜ୍ରପାତ। ତଥ୍ୟ ଅନୁସାରେ ୨୦୧୮-୧୯ରେ ଓଡ଼ିଶାରେ ବଜ୍ରାଘାତରେ ଗଲାଣି ୧୬୩ଟି ଜୀବନା ୨୦୧୩-୧୪ରୁ ବର୍ତ୍ତମାନ ସୁଦ୍ଧା ୨୧୦୦ ଜଣଙ୍କ ମୃତ୍ୟୁ ହେଲାଣି। ଏହାଛଡ଼ା ଶତାଧିକ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି।

କେମିତି ରହିବେ ସତର୍କ

୧: ବଜ୍ରପାତ ମାରିଲେ ଖୋଲା ସ୍ଥାନରୁ ପକ୍କା ଘର ଭିତରକୁ ଚାଲି ଆସନ୍ତୁ।

୨: ଗଛ କିମ୍ୱା ବୁଦା ତଳେ ଆଦୌ ଆଶ୍ରୟ ନିଅନ୍ତୁ ନାହିଁ।

୩: ଟେଲିଫୋନ୍‌ କିମ୍ୱା ମୋବାଇଲରେ କଥା ହୁଅନ୍ତୁ ନାହିଁ।

୪: ଘର ଭିତରେ ରହିବା ବେଳେ କାନ୍ଥ, ଝରକା ଓ କବାଟଠାରୁ ଦୂରେଇ ରହିବ।

୫: ପାଣିଠାରୁ ଦୂରେଇ ରହିନ୍ତୁେ।

୬: ଘରଠାରୁ ଦୂର ସ୍ଥାନରେ ଥିଲେ ଖାଲୁଆ ଜାଗା ଦେଖି ଜାକିଜୁକି ହୋଇ ବସିଯାଆନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos