ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୁକୁଣା ରଥଯାତ୍ରା ଶେଷ କରି ମନ୍ଦିରକୁ ଫେରିଲେ ପ୍ରଭୁ ଲିଙ୍ଗରାଜ। ଶୁକ୍ରବାର ସଂଧ୍ୟାରେ ବାଣ,ବାଜା ଓ ବାଇଦ ରୋଷଣୀରେ ସ୍ୱର୍ଣ୍ଣାଦ୍ରି ବିଜେ କରିଛନ୍ତି। ମହାପ୍ରଭୁ ଲିଙ୍ଗରାଜ ରଥ ଉପରେ ସମସ୍ତ ନିତୀକାନ୍ତି ଶେଷ ହେବା ପରେ ସେବାୟତମାନେ ଲିଙ୍ଗରାଜଙ୍କ ପହଣ୍ଡି କରିଥିଲେ। ରୁକୁଣା ରଥଯାତ୍ରାରେ ମା’ ପାର୍ବତୀଙ୍କୁ ସାଙ୍ଗରେ ନେଇ ନ ଥିବାରୁ ପରମ୍ପରା ଅନୁଯାୟୀ ମା’ ପାର୍ବତୀ କ୍ଷୋଭରେ ମନ୍ଦିର ଦ୍ୱାର ବନ୍ଦ କରିବା ସହିତ ପ୍ରଭୁ ଲିଙ୍ଗରାଜଙ୍କୁ ମନ୍ଦିର ଭିତରକୁ ଛାଡ଼ି ନ ଥିଲେ। ଏନେଇ ମା ପାର୍ବତୀ ଓ ପ୍ରଭୁ ଲିଙ୍ଗରାଜଙ୍କ ମଧ୍ୟରେ ବଚନିକା ହୋଇଥିଲା। ଆସନ୍ତା ଚନ୍ଦନ ଯାତ୍ରାରେ ମା’ ପାର୍ବତୀଙ୍କୁ ସାଙ୍ଗରେ ନେବେ ବୋଲି ପ୍ରତିଶୃତି ଦେବାପରେ ଦ୍ୱାର ଖୋଲା ହୋଇଥିଲା। ଏହାପରେ ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ପ୍ରବେଶ କରିଥିଲେ।</p> <p>&nbsp;</p> <p>&nbsp;</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।