ଏସ୍‌ଡିଓଙ୍କୁ ବାନ୍ଧି ଆଇରନ୍‌ ଚେଷ୍ଟ ଉଠାଇ ନେଲେ

loot

ଉଦଳା (ଓଡ଼ିଶା ରିପୋର୍ଟର): ଏସ୍‌ଡିଓଙ୍କୁ ବାନ୍ଧି ଲୁଟି ନେଲେ ଦୁର୍ବୃତ୍ତ। ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ସ୍ଥିତ ନେସ୍କୋ କାର୍ଯ୍ୟାଳୟରେ। ଗତକାଲି ବିଳମ୍ୱିତ ରାତିରେ ଖୁଣ୍ଟା ବଜାରରେ ଥିବା ନେସ୍କୋ  କାର୍ଯ୍ୟାଳୟ ଭିତରକୁ ୫ ଜଣ ଦୁର୍ବୃତ୍ତ ପଶିଥିଲେ। କାର୍ଯ୍ୟାଳୟରେ ଉପସ୍ଥିତ ଥିବା ଏସ୍‌ଡିଓ (SDO) ପ୍ରଶାନ୍ତ କୁମାର ମାନାଙ୍କୁ ଧମକ ଚମକ ଦେବା ସହ ହାତ ଗୋଡ଼ ବାନ୍ଧି ଦେଇଥିଲେ। ଏହାପରେ କାର୍ଯ୍ୟାଳୟରେ ଥିବା ଆଇରନ୍ ଚେଷ୍ଟକୁ ଉଠାଇ ନେଇଛନ୍ତି। ଏହାସହିତ ଗୋଟିଏ ଲାପ୍‌ଟପ୍‌ ମଧ୍ୟ ନେଇ ଯାଇଛନ୍ତି। ଆଇରନ୍ ଚେଷ୍ଟରେ ୨ ଲକ୍ଷ ୫୦ ହଜାର ଟଙ୍କା ଥିବା ଜଣାପଡ଼ିଛି।

ଖୁଣ୍ଟା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛନ୍ତି। ଏହାସହିତ ବିଦ୍ୟୁତ ବିଭାଗର ଉଚ୍ଚ ଅଧିକାରୀ ମଧ୍ୟ  ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Previous ArticleNext Article

Send this to a friend