୩ ଅନ୍ତଃରାଜ୍ୟ ଲୁଟେରା ଗିରଫ

<p>ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଏକ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୩ ଜଣ &nbsp;ଲୁଟେରା ଗିରଫ ହୋଇଛନ୍ତି। ଏମାନେ ବଲାଙ୍ଗିର, ପାଟଣାଗଡ଼, ବରପାଲି, ପାଇକମାଲ, ସୋହେଲା ଓ ଛତିଶଗଡ଼ର ସରାଇପାଲି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ।</p> <p>ଗତ ୯ ତାରିଖରେ ବଲାଙ୍ଗିର ସଦର ଥାନା ଜିରାଟମାଲ ନିକଟରେ ଏକ ଦମ୍ପତି ଯାଉଥିବା ବେଳେ ଲୁଟେରାମାନେ ସେମାନଙ୍କଠାରୁ ପ୍ରାୟ ୩୮ ହଜାର ଟଙ୍କା ଲୁଟି ନେଇଥିଲେ। ଲୁଟେରା ଗ୍ୟାଙ୍ଗର ସଦସ୍ୟ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ବୋଲି ତଦନ୍ତରୁ ଜାଣିପାଡ଼ିଥିଲା। ସେମାନେ ବଲାଙ୍ଗିର ସାଲେପାଲିରେ ଘର ଭଡ଼ା ନେଇ ରହୁଥିଲେ ଓ ବଲାଙ୍ଗିର ଏବଂ ସୀମାନ୍ତ ଛତିଶଗଡ଼ରେ ଲୁଟପାଟ କରୁଥିଲେ। ଅଭିଯୁକ୍ତମାନେ ହେଲେ ଏ. ରାଜେଶ, ଏ. ଅଜୟ ଏବଂ ଏ. ଶ୍ରୀନୁ। ଲୁଟେରାମାନଙ୍କ ପାଖରୁ ଦୁଇଟି ବାଇକ ଓ ମୋବାଇଲ ଜବତ ହୋଇଛି।</p>

Ordigital Desk
  • Published: Sunday, 26 November 2017
  • Updated: 26 November 2017, 08:08 PM IST

Sports

Latest News

<p>ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଏକ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୩ ଜଣ &nbsp;ଲୁଟେରା ଗିରଫ ହୋଇଛନ୍ତି। ଏମାନେ ବଲାଙ୍ଗିର, ପାଟଣାଗଡ଼, ବରପାଲି, ପାଇକମାଲ, ସୋହେଲା ଓ ଛତିଶଗଡ଼ର ସରାଇପାଲି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ।</p><p>ଗତ ୯ ତାରିଖରେ ବଲାଙ୍ଗିର ସଦର ଥାନା ଜିରାଟମାଲ ନିକଟରେ ଏକ ଦମ୍ପତି ଯାଉଥିବା ବେଳେ ଲୁଟେରାମାନେ ସେମାନଙ୍କଠାରୁ ପ୍ରାୟ ୩୮ ହଜାର ଟଙ୍କା ଲୁଟି ନେଇଥିଲେ। ଲୁଟେରା ଗ୍ୟାଙ୍ଗର ସଦସ୍ୟ ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ବୋଲି ତଦନ୍ତରୁ ଜାଣିପାଡ଼ିଥିଲା। ସେମାନେ ବଲାଙ୍ଗିର ସାଲେପାଲିରେ ଘର ଭଡ଼ା ନେଇ ରହୁଥିଲେ ଓ ବଲାଙ୍ଗିର ଏବଂ ସୀମାନ୍ତ ଛତିଶଗଡ଼ରେ ଲୁଟପାଟ କରୁଥିଲେ। ଅଭିଯୁକ୍ତମାନେ ହେଲେ ଏ. ରାଜେଶ, ଏ. ଅଜୟ ଏବଂ ଏ. ଶ୍ରୀନୁ। ଲୁଟେରାମାନଙ୍କ ପାଖରୁ ଦୁଇଟି ବାଇକ ଓ ମୋବାଇଲ ଜବତ ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos