ନିଖୋଜ ଝିଅ ଉଦ୍ଧାର; ୧୩ମାସ ପରେ ମା’କୋଳକୁ ଫେରିଲା

ବାରିପଦା: ୧୩ ମାସ ପରେ ମା’ କୋଳକୁ ଫେରିଛି ଝିଅ । ବାରିପଦା ସହରର ୧୭ ନଂ ୱାର୍ଡରେ ଘଟିଛି ଏହି ଘଟଣା । ୨୦୧୬ ଜୁନ୍ ୮ରେ ଜଣେ ମହିଳାଙ୍କ ୬ବର୍ଷର ଝିଅ ନିଖୋଜ ହୋଇଯାଇଥିଲା। ଶିଶୁକନ୍ୟାକୁ କେହି  ଦୁର୍ବୃତ୍ତ ଚୋରି କରି ନେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ କିଛି ଦିନ ତଳେ ଓଟିଭିରେ ଖବର ପ୍ରସାରଣ ହେବାପରେ ପୋଲିସ୍ ତତ୍ପର ହୋଇଥିଲା। ଦୀର୍ଘ ୧୩ମାସ ପରେ ଝାଡ଼ଖଣ୍ଡର ଖରସୁଆଁ ଥାନା ସମରସାହିରେ […]

barapada

barapada

Rakesh Mallick
  • Published: Friday, 04 August 2017
  • Updated: 04 August 2017, 01:36 PM IST

Sports

Latest News

ବାରିପଦା: ୧୩ ମାସ ପରେ ମା’ କୋଳକୁ ଫେରିଛି ଝିଅ । ବାରିପଦା ସହରର ୧୭ ନଂ ୱାର୍ଡରେ ଘଟିଛି ଏହି ଘଟଣା ।

୨୦୧୬ ଜୁନ୍ ୮ରେ ଜଣେ ମହିଳାଙ୍କ ୬ବର୍ଷର ଝିଅ ନିଖୋଜ ହୋଇଯାଇଥିଲା। ଶିଶୁକନ୍ୟାକୁ କେହି  ଦୁର୍ବୃତ୍ତ ଚୋରି କରି ନେଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ କିଛି ଦିନ ତଳେ ଓଟିଭିରେ ଖବର ପ୍ରସାରଣ ହେବାପରେ ପୋଲିସ୍ ତତ୍ପର ହୋଇଥିଲା। ଦୀର୍ଘ ୧୩ମାସ ପରେ ଝାଡ଼ଖଣ୍ଡର ଖରସୁଆଁ ଥାନା ସମରସାହିରେ ଶିଶୁକନ୍ୟାଟି ଥିବା ପୋଲିସ୍ ଖବର ପାଇଥିଲା।  ଶେଷରେ ଝାଡ଼ଖଣ୍ଡ ପୋଲିସ୍ ସହାୟତାରେ ବାରିପଦା ପୋଲିସ୍ ଶିଶୁକନ୍ୟାକୁ ଉଦ୍ଧାର କରିଛି। ଏବେ ଶିଶୁକୁ ତା’ ମାଆଙ୍କୁ ହସ୍ତାନ୍ତର କରାଯାଇଛି। ଶିଶୁକନ୍ୟାକୁ ପାଇବା ପରେ ଭାବ ବିହ୍ୱଳ ହୋଇ ପଡ଼ିଥିଲେ ତାଙ୍କ ମାଅ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos