ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

Youngster-murdered

ଉମରକୋଟ (ଓଡ଼ିଶା ରିପୋର୍ଟର): ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ନବରଙ୍ଗପୁର ଜିଲ୍ଲାରେ ଘଟିଛି ଏକ ବିଭତ୍ସ ହତ୍ୟା। ଭବତୋଷ ଭଦ୍ର ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଆତ୍ମସମର୍ପଣ କରିଛି। ମୃତ ଯୁବକ ଜଣଙ୍କ ହେଲେ ଦୀପଙ୍କର ବିଶ୍ୱାସ।

ରାଇଘର ବ୍ଲକ କୁମୁଲି ଗାଁରେ ଏହି ଘଟଣା ଘଟିଛି। ଭବତୋଷଙ୍କୁ ଗିରଫ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହାସହ ଦୀପଙ୍କରଙ୍କ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଛି। ଉଭୟ ଦୀପଙ୍କର ସ ଭବତୋଷଙ୍କ ଘର ରାଇଘର ବ୍ଲକ କୁମୁଲି ଗାଁରେ ବୋଲି ଜଣାପଡିଛି।

Previous ArticleNext Article

Send this to a friend