ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପ୍ରେମୀ ଯୁଗଳଙ୍କ ଭିଡିଓ

mobalil

ବରଗଡ଼: ବରଗଡ଼ ପାଇକମାଳ ପରେ ଏବେ ଚର୍ଚ୍ଚାରେ ଆଉ ଏକ ଭିଡିଓ ଭାଇରାଲ ଘଟଣା। ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅନ୍ତର୍ଗତ ଏକ କଲେଜର ଛାତ୍ରୀ ଓ ତାଙ୍କ ପ୍ରେମିକଙ୍କ ଭିଡିଓ ଭାଇରାଲ୍‌ ହୋଇ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଅଭିଯୋଗ ହେଉଛି। ପ୍ରେମୀ ଯୁଗଳଙ୍କୁ ନିଚ୍ଛାଟିଆ ଏକ ବୁଦା ମୂଳରେ  ଦେଖି କିଛି ଯୁବକ ଅଶ୍ଳୀଳ ଭାଷାରେ ସେମାନଙ୍କୁ ଗାଲିଗୁଳଜ କରି ଭିଡିଓ ରେକଡିଂ କରିଥିବା ଅନୁମାନ କରାଯାଉଛି। ସେମାନଙ୍କୁ ଛାଡ଼ି ଦେବା ପାଇଁ ପ୍ରେମୀ ଯୁଗଳ କାକୁତି ମିନତୀ ହେଉଥିବା ମଧ୍ୟ ଭିଡିଓରେ  ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଡିସେମ୍ୱର ୨ରେ ବରଗଡ଼ ଜିଲ୍ଲାରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଭିଡିଓ ଭାଇରାଲ ହେବା ଦେଖିବାକୁ ମିଳିଥିଲା। ଜଣେ କଲେଜ ଛାତ୍ରୀଙ୍କୁ କିଛି ଯୁବକ ଅସଦାଚରଣ କରୁଥିବା ଭିଡିଓରୁ ସ୍ପଷ୍ଟ ହୋଇଥିଲା।  କଲେଜ ୟୁନିଫର୍ମ ପିନ୍ଧିଥିବା ଅବସ୍ଥାରେ କିଛି ଯୁବକ ସଂପୃକ୍ତ ଛାତ୍ରୀ ଜଣଙ୍କୁ ଅସଦାଚରଣ କରୁଥିଲେ। ଛାତ୍ରୀ ଜଣକ ସେହି ଯୁବକମାନଙ୍କ କବଳରୁ ଖସିବା ପାଇଁ ବହୁ କାକୁତି ମୀନତି ମଧ୍ୟ ହେଉଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା।

Previous ArticleNext Article

Send this to a friend