ଆପଣ ଖାଉଥିବା ଓମଫେଡ୍ ପ୍ରଡକ୍ଟ କେତେ ଶୁଦ୍ଧ ? ଦେଖନ୍ତୁ ଏକ୍ସକ୍ଲୁସିଭ ଦୃଶ୍ୟ
ଆପଣ ଦେଖୁଥିବା ଏ ଚିତ୍ର ସ୍ପାଏ କ୍ୟାମେରାରେ ଉଠାଯାଇଛି। ଇଏ ହେଉଛି ଫ୍ଳେଭରଡ୍ ମିଲ୍କ ବା ସୁବାସିତ କ୍ଷୀର ପ୍ୟାକିଂ ୟୁନିଟି ।  ଭଲଭାବେ ଦେଖନ୍ତୁ ଏଠାରେ କେମିତି ହେଉଛି ପ୍ୟାକିଂ।  ଏହି କର୍ମଚାରୀ ଜଣକ ଏକସଙ୍ଗେ ୫ଟି ଖାଲି ବୋତଲ ଉଠାଉଛନ୍ତି।  ବୋତଲଗୁଡ଼ିକୁ ଟ୍ରେରେ ରଖାଯାଇଥିବା ଅପରିଷ୍କାର ପାଣିରେ ନାଁକୁ ମାତ୍ର ଧୋଇ ଦେଉଛନ୍ତି । ଏହାପରେ ସୁବାସିତ କ୍ଷୀର ଭର୍ତ୍ତି ହଣ୍ଡାରେ ଖାଲି ହାତ ପୁରାଇ ବୋତଲ ଭରୁଛନ୍ତି । ବୋତଲର ଠିପି ସିଲ୍ ବି ସେହିଭଳି।  ଅପରିଷ୍କାର ପରିବେଶରେ ହେଉଛି । ମଇଳା ପ୍ଳାଷ୍ଟିକ୍ ବାସ୍କେଟରୁ ଠିପି ନେଇ ବୋତଲ୍ ସିଲ୍ କରୁଛନ୍ତି ।
ଏ ଚିତ୍ରରୁ ଠିକ୍ ଜାଣିପାରୁଥିବେ କିଭଳି ଅସ୍ୱାସ୍ଥ୍ୟକର ପରିବେଶରେ କାମ ହେଉଛି।  ଏସବୁ କ୍ଷୀର ଭର୍ତ୍ତି ବୋତଲକୁ ହିଟ୍ ଚ୍ୟାମ୍ବରରେ  ରଖି ଷ୍ଟେରେଲାଇଜ୍ କରାଯିବାପରେ ପହଞ୍ଚିଯାଉଛି ବଜାରରେ।  ଯାହାକୁ ଗ୍ରାହକମାନେ ଅତି ଖୁସିର ସହ ପିଉଛନ୍ତି। କେବଳ ଫ୍ଲେଭରଡ୍ ମିଲ୍କ ନୁହଁ, ଏହି ପ୍ଲାଣ୍ଟରେ ଦହି, ମିଠା ଦହି, ରାବିଡ଼ି, ପନିର୍, ଘୋଳଦହି, ଘିଅ ମଧ୍ୟ ପ୍ରସ୍ତୁତ କରାଯାଉଛି। ସେହିପରି ବଜାରରେ  ଉପଲବ୍ଧ ଓମଫେଡ୍ ଦହି ବି ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି କିଛି ଓମଫେଡ୍ ପାର୍ଲର ମାଲିକ।  ହେଲେ ସମସ୍ତ ଅଭିଯୋଗକୁ ବାଲେଶ୍ୱର ଡେରୀ ପ୍ଲାଣ୍ଟ ମ୍ୟାନେଜର ଲିଙ୍ଗରାଜ ପଣ୍ଡା ଖଣ୍ଡନ କରିଛନ୍ତି। ଅନ୍ୟପଟେ ନିମ୍ନ ମାନର ଦୁଗ୍ଧଜାତ ସାମଗ୍ରୀ ପ୍ରସ୍ତୁତ ହେଉଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜନ ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ଏଡିଏମ୍ଓ ଡାକ୍ତର ଚାରୁବାଳା ରଥ  କହିଛନ୍ତି।
Ordigital Desk
• Published: Wednesday, 11 October 2017
• Updated: 11 October 2017, 08:38 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos