ମହାନଦୀ ପ୍ରସଙ୍ଗରେ ଏକାଠି ହେଲେ, ସଙ୍କଳ୍ପ ପାରିତ

mahanadi

ଭୁବନେଶ୍ୱର: ଟ୍ରିବ୍ୟୁନାଲ ଗଠନ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ବିଧାନସଭାରେ ମିଳିତ ଉଦ୍ୟମ।  ଗତକାଲି ଟ୍ରିବ୍ୟୁନାଲ ଗଠନ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବେଳେ ଆଜି ବିଧାନସଭାରେ ଆଲୋଚନା ହୋଇ ସର୍ବସମ୍ମତିକ୍ରମେ ସଙ୍କଳ୍ପ ପାରିତ ହୋଇଛି।  ଏସବୁ ସତ୍ତ୍ୱେ ଟ୍ରିବ୍ୟୁନାଲ ଗଠନ ନେଇ ଆଲୋଚନାବେଳେ ଶାସକ ଦଳ ଟାର୍ଗେଟରେ ଥିଲେ କେନ୍ଦ୍ର ସରକାର।  କେନ୍ଦ୍ର ସରକାର ରାଜ୍ୟକୁ ଅବିଚାର କରୁଛନ୍ତି ବୋଲି ଶାସକ ଦଳ ଅଭିଯୋଗ କରିଛି। କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରକୁ ସମାଲୋଚନା କରିଛି। ଅନ୍ୟପକ୍ଷରେ ବିଜେପି ଯୁକ୍ତି କରିଛି ସୁପ୍ରମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଟ୍ରିବ୍ୟୁନାଲ୍‌ରେ ମନା କରିନାହାନ୍ତି।

ଅନ୍ୟପକ୍ଷରେ ଛତିଶଗଡ଼ କଲମା ବ୍ୟାରେଜର ଗେଟ୍ ବନ୍ଦ କରି ତାର ଦାଦାଗିରି ଜାହିର କରିଛି। ୬୬ଟି ଗେଟ୍‌ରୁ ୬୫ ଗେଟ୍ ବନ୍ଦ ରହିଛି। କେବଳ ଗୋଟିଏ ଗେଟ୍ ଦେଇ ପାଣି ଛାଡୁଛି।

Previous ArticleNext Article

Send this to a friend