ଚିନ୍ତା ବଢ଼ାଇଲା ଛତିଶଗଡ଼, କମିଲା ମହାନଦୀ ଜଳ ପ୍ରବାହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୁଖି ଶୁଖି ଯାଉଛି ମହାନଦୀ। କମି କମି ଯାଉଛି ଜଳପ୍ରବାହ। ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରୁଥିବାରୁ ଏପରି ସ୍ଥିତି ଉପୁଜିଛି। ଏହାଛଡ଼ା କଲମା ଓ ଅନ୍ୟାନ୍ୟ ବ୍ୟାରେଜରେ ଗେଟ୍ ବନ୍ଦ ଦ୍ୱାରା ଓଡିଶାରେ ଜଳପ୍ରବାହ ସାଂଘାତିକ ଭାବେ ହ୍ରାସ ପାଇଛି। ଜଳସଂପଦ ବିଭାଗର ତଥ୍ୟ ଅନୁସାରେ ଗତ ଅକ୍ଟୋବରରେ ୧୮ ପ୍ରତିଶତ, ନଭେମ୍ବର ୪୩, ଡିସେମ୍ବରରେ ୩୯, ଜାନୁୟାରୀରେ ୪୧, ଫେବୃୟାରୀ ୪୦ ପ୍ରତିଶତ ଜଳ ପ୍ରବାହ କମିଛି। ଛତିଶଗଡ […]

mahanadi-bridge-1

mahanadi-bridge-1

Rakesh Mallick
  • Published: Tuesday, 03 April 2018
  • Updated: 03 April 2018, 09:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୁଖି ଶୁଖି ଯାଉଛି ମହାନଦୀ। କମି କମି ଯାଉଛି ଜଳପ୍ରବାହ। ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରୁଥିବାରୁ ଏପରି ସ୍ଥିତି ଉପୁଜିଛି। ଏହାଛଡ଼ା କଲମା ଓ ଅନ୍ୟାନ୍ୟ ବ୍ୟାରେଜରେ ଗେଟ୍ ବନ୍ଦ ଦ୍ୱାରା ଓଡିଶାରେ ଜଳପ୍ରବାହ ସାଂଘାତିକ ଭାବେ ହ୍ରାସ ପାଇଛି। ଜଳସଂପଦ ବିଭାଗର ତଥ୍ୟ ଅନୁସାରେ ଗତ ଅକ୍ଟୋବରରେ ୧୮ ପ୍ରତିଶତ, ନଭେମ୍ବର ୪୩, ଡିସେମ୍ବରରେ ୩୯, ଜାନୁୟାରୀରେ ୪୧, ଫେବୃୟାରୀ ୪୦ ପ୍ରତିଶତ ଜଳ ପ୍ରବାହ କମିଛି। ଛତିଶଗଡ ବ୍ୟାରେଜ ନିର୍ମାଣ ପରେ,  ଗତ ୧୦ ବର୍ଷରେ ଜଳପ୍ରବାହକୁ ତୁଳନା କଲେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ କମିଛି। ଛତିଶଗଡ ମନମାନୀ କରି ମହାନଦୀ ପାଣିକୁ ଅଟକାଇଥିବାରୁ ଅଣମୌସୁମୀରେ ଜଳ ପ୍ରବାହ ଏଭଳି ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଏନେଇ ଛତିଶଗଡ ସରକାରଙ୍କୁ ମଧ୍ୟ ଅବଗତ କରଯାଇଛି।

ଏବେ ହୀରାକୁଦରେ ୬୧୬ ଫୁଟ୍ ପାଣି ରହିଛି। ହେଲେ ଯେଭଳି ଭାବେ ଜଳ ପ୍ରବାହ କମୁଛି। ଯଦି ତାହା ଜାରି ରୁହେ, ତେବେ ଓଡିଶାରେ ସ୍ଥିତି ଜଟିଳ ହେବ। ଜଳଭଣ୍ଡାରରୁ ପ୍ରତିଦିନ ୨ଇଞ୍ଚ ପାଣି କମୁଛି। ଜଳପ୍ରବାହ କମିଲେ ହୀରାକୁଦ ଜଳଭଣ୍ଡାରର ସଂରକ୍ଷିତ ଜଳ ମଧ୍ୟ କମିବ। ଯଦି ଏହା ୬୧୦ ଫୁଟ୍‌କୁ ଆସେ ତାହାହେଲେ ସ୍ଥିତି ଅସମ୍ଭାଳ ହେବ। ହୀରାକୁଦ ଜଳଭଣ୍ଡାରରୁ ବିଦ୍ୟୁତ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେବ। ୧୬ଟି ଜିଲ୍ଲାର ଲୋକମାନେ ପାଣି ପାଇଁ ଡହଳ ବିକଳ ହେବେ ବୋଲି ଆଶଙ୍କା କରାଯାଉଛି।

ମହାନଦୀ ଜଳ ବିବାଦକୁ ନେଇ ମୁହାଁମୁହିଁ ଓଡିଶା ଓ ଛତିଶଗଡ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କେନ୍ଦ୍ର ସରକାର ମଧ୍ୟ ଟ୍ରିବ୍ୟୁନାଲ ଗଠନ କରିବା ପରେ ଅଧ୍ୟକ୍ଷ, ମେମ୍ବର ମଧ୍ୟ ନିଯୁକ୍ତି ହୋଇ ସାରିଛନ୍ତି। କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍‌ ଟର୍ମ ଅଫ୍ ରେଫରେନ୍ସ ପ୍ରସ୍ତୁତ କରିଛନ୍ତି। ତେବେ ଟ୍ରିବ୍ୟୁନାଲ୍ କେବେ ତାଙ୍କ କାର୍ଯ୍ୟ ଆରମ୍ଭ କରିବେ, ଆଉ ଓଡିଶାକୁ କେବେ ନ୍ୟାୟ ମିଳୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos