ମହଙ୍ଗା ପଡ଼ିଲା ମାଗଣା ସ୍ୱାସ୍ଥ୍ୟ ଶିବିର: ୨୦ ଲୋକ ଅସୁସ୍ଥ, ଭୂଷଣ ଷ୍ଟିଲ୍ ନାଁରେ ମାମଲା ରୁଜୁ

bhusana

ଢେଙ୍କାନାଳ: ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନକୁ ନେଇ ଅଡୁଆରେ ପଡ଼ିଯାଇଛି ଢେଙ୍କାନାଳ ସ୍ଥିତ ଭୂଷଣ ଷ୍ଟିଲ୍ କମ୍ପାନୀ। ଶୁକ୍ରବାର କମ୍ପାନୀ ପକ୍ଷରୁ ସରପା-ରଘୁନାଥପୁରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ମାଗଣା ଇଜେଂକସନ୍ ଏବଂ ଔଷଧ ନେଇଥିବା ୨୦ରୁ ଅଧିକ ଲୋକ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଗୁରୁତର ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ମାଗଣା ସ୍ୱାସ୍ଥ୍ୟ ଶିବିରକୁ ନେଇ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ନିଦ୍ଦେର୍ଶକ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ କଣ୍ଟାବଣିଆ ଥାନାରେ ଏକ ଲିଖିତ ଅଭଯୋଗ ହୋଇଛି। ସ୍ୱାସ୍ଥ୍ୟ ଶିବିରଟି ବିନା ଅନୁମତିରେ ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି।

Previous ArticleNext Article

Send this to a friend