ଅବଢ଼ା ବାହାରିଲା

ପୁରୀ( ଓଡ଼ିଶା ରିପୋର୍ଟର): ଚାରି ଦିନର ଅପେକ୍ଷାର ଆଜି ଅନ୍ତ ଘଟିଛି। ଶ୍ରୀମନ୍ଦିରରେ ଆଜି ଅବଢ଼ା ବାହାରିଛି। ନୀତି ବିଭ୍ରାଟ ଯୋଗୁଁ ଗତ ୧୬ ତାରିଖରୁ ମହାପ୍ରସାଦ ବାହାରୁ ନ ଥିଲା।( ଶ୍ରୀଜିଉଙ୍କ ପାଖରେ କେବଳ କୋଠ ଭୋଗ ହେଉଥିଲା। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଠିକଠାକ୍ ଚାଲିଛି। ସକାଳ ନୀତି ସରିବା ପରେ ରୋଷଘରକୁ ସୁଆର ସେବାୟତମାନେ ପ୍ରବେଶ କରିଥିଲେ। ଫଳରେ ପୁଣି ଚଳଚଞ୍ଚଳ ହୋଇଥିଲା ରୋଷ ଘର। ମଧ୍ୟାହ୍ନ […]

moha

moha

Rakesh Mallick
  • Published: Friday, 20 April 2018
  • Updated: 20 April 2018, 01:41 PM IST

Sports

Latest News

ପୁରୀ( ଓଡ଼ିଶା ରିପୋର୍ଟର): ଚାରି ଦିନର ଅପେକ୍ଷାର ଆଜି ଅନ୍ତ ଘଟିଛି। ଶ୍ରୀମନ୍ଦିରରେ ଆଜି ଅବଢ଼ା ବାହାରିଛି। ନୀତି ବିଭ୍ରାଟ ଯୋଗୁଁ ଗତ ୧୬ ତାରିଖରୁ ମହାପ୍ରସାଦ ବାହାରୁ ନ ଥିଲା।( ଶ୍ରୀଜିଉଙ୍କ ପାଖରେ କେବଳ କୋଠ ଭୋଗ ହେଉଥିଲା।

ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଠିକଠାକ୍ ଚାଲିଛି। ସକାଳ ନୀତି ସରିବା ପରେ ରୋଷଘରକୁ ସୁଆର ସେବାୟତମାନେ ପ୍ରବେଶ କରିଥିଲେ। ଫଳରେ ପୁଣି ଚଳଚଞ୍ଚଳ ହୋଇଥିଲା ରୋଷ ଘର। ମଧ୍ୟାହ୍ନ ଧୂପ ପରେ ପୁଣି ଭକ୍ତମାନେ ଅବଢ଼ା ପାଇବେ। ଅବଢ଼ା ପାଇଁ ଆନନ୍ଦ ବଜାରରେ ଗହଳି ଚହଳି ଲାଗିବ।

ମନ୍ଦିର ପ୍ରଶାସନ ଓ ସୁଆର ସେବାୟତଙ୍କ ମଧ୍ୟରେ ଅମୁଣିଆ କ୍ଷତିପୂରଣ ଦାବିରେ ବିବାଦ ଯୋଗୁଁ ୪ଦିନ ହେଲା ମହାପ୍ରସାଦ ମିଳୁ ନ ଥିଲା। ଫଳରେ ଭକ୍ତମାନେ କେବଳ ମହାପ୍ରଭୁଙ୍କୁ ଦର୍ଶନ କରି ଆନନ୍ଦ ବଜାରରୁ ଖାଲି ହାତରେ ଫେରୁଥିଲେ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos