ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ବ୍ୟସ୍ତ ସରକାର ଚାଷୀଙ୍କ କଥା ଭୁଲି ଯାଇଛନ୍ତି: ପ୍ରସାଦ

ଭବାନୀପାଟଣା: ରାଜ୍ୟ ସରକାରଙ୍କ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ସରକାର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ବ୍ୟସ୍ତ ଥିବା ବେଳେ ଚାଷୀଙ୍କ କଥା ଭୁଲି ଯାଇଛନ୍ତି।” କଳାହାଣ୍ଡିରେ କଂଗ୍ରେସର ଆରମ୍ଭ ହୋଇଥିବା ପଞ୍ଚାୟତ ଟ୍ୟାକ୍ସଫୋର୍ସ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ରସାଦ ଏହା କହିଛନ୍ତି। ସେ କହିଛନ୍ତି,“୨୦୧୫ କୃଷିବୀମା ଏପର୍ଯ୍ୟନ୍ତ ଚାଷୀଙ୍କୁ ମିଳିନାହିଁ। ଋଣ ସୁଝି ନ ପାରି ଚାଷୀ ଆତ୍ମହତ୍ୟା କରୁଛନ୍ତି। ବଡ଼ […]

congress

congress

Rakesh Mallick
  • Published: Friday, 02 December 2016
  • Updated: 02 December 2016, 10:00 PM IST

Sports

Latest News

ଭବାନୀପାଟଣା: ରାଜ୍ୟ ସରକାରଙ୍କ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ସରକାର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ବ୍ୟସ୍ତ ଥିବା ବେଳେ ଚାଷୀଙ୍କ କଥା ଭୁଲି ଯାଇଛନ୍ତି।”

କଳାହାଣ୍ଡିରେ କଂଗ୍ରେସର ଆରମ୍ଭ ହୋଇଥିବା ପଞ୍ଚାୟତ ଟ୍ୟାକ୍ସଫୋର୍ସ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ରସାଦ ଏହା କହିଛନ୍ତି।

ସେ କହିଛନ୍ତି,“୨୦୧୫ କୃଷିବୀମା ଏପର୍ଯ୍ୟନ୍ତ ଚାଷୀଙ୍କୁ ମିଳିନାହିଁ। ଋଣ ସୁଝି ନ ପାରି ଚାଷୀ ଆତ୍ମହତ୍ୟା କରୁଛନ୍ତି। ବଡ଼ ବଡ଼ ପୁଞ୍ଜିପତିଙ୍କୁ ଋଣ ଛାଡ କରାଯାଉଥିବା ବେଳେ ଚାଷରଙ୍କୁ ଋଣ ମିଳୁନି।”

କଂଗ୍ରେସର ଏପରି ଅଭିଯୋଗର ଜବାବ ବିଜେଡି ରଖିଛି। ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,“ଶିଳ୍ପକୁ ଆକୃଷ୍ଟ କରିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ। ଏହାସହ କୃଷକ ଓ କୃଷିର ସ୍ୱାର୍ଥକୁ ରକ୍ଷା କରି ସହଯୋଗ କରାଯିବା ଦରକାର। କାହାରିଙ୍କ ଋଣ ଛାଡ କରାଯାଇନାହିଁ। ଏହା ଏକ ପଲିସି କାର୍ଯ୍ୟକ୍ରମ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos