ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ସୀମାରେ ପୁଣି ମାଓବାଦୀ ରଚିଛନ୍ତି ବର୍ବରକାଣ୍ଡ। ଛତିଶଗଡ଼ ବିଜାପୁର ଭୁପାଲପାଟନମରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରାଯାଇଛନ୍ତି। ଏଥିରେ ୨ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
କିଛିଦିନ ପୂର୍ବରୁ ଛତିଶଗଡ଼ ସୁକମା କିସ୍ତାରାମ ଅଞ୍ଚଳରେ ମାଓବାଦୀ ପ୍ରାଣଘାତୀ ଆକ୍ରମଣ କରିଥିଲେ। ଏଥିରେ ୯ ଜଣ ଯବାନ ସହିଦ ହୋଇଥିଲେ। ଲାଲବାହିନୀର ଭୟଙ୍କର ଆଇଇଡି ବିସ୍ଫୋରଣରେ ସିଆରପିଏଫର ଏକ MINE PROTECTED VEHICHLE ଧ୍ୱଂସ ହୋଇଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।