ମାଲକାନଗିରି: ୨ମାସ ପରେ ବି ଭିଟାମାଟି ଛାଡିଥିବା ୬୦ ପରବାର ହୋଇନାହାନ୍ତି ଥଇଥାନ

ମାଲକାନଗିରି: ମାଓବାଦୀ ଦମନ ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହାସହ ମାଓ ପ୍ରବଣ ଅଞ୍ଚଳର ଲୋକଙ୍କ ଉନ୍ନତୀ ଲାଗି ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯାଉଛି । ମାତ୍ର ମାଲକାନଗିରି ଜିଲ୍ଲାର ଏକ ବିଚ୍ଛିନ୍ନାଞ୍ଚଳରେ ମାଓବାଦୀଙ୍କ ଭୟରେ ୨ମାସ ହେବ ଭିଟାମାଟି ଛାଡିଥିବା ୬୦ଙ୍କୁ ଆଜି ଯାଏ ଥଇଥାନ କରାଯାଇନାହିଁ । ଏ ନେଇ ଗତକାଲି ଭିଟାମାଟି ଛାଡିଥିବା ଏହି ପରିବାର ସଦସ୍ୟମାନେ କେବିକେ ମୁଖ୍ୟ ପ୍ରଶାସକ ତାରା ଦତ୍ତଙ୍କୁ ଭେଟି […]

malkangiri

malkangiri

Rakesh Mallick
  • Published: Friday, 24 July 2015
  • Updated: 24 July 2015, 04:35 AM IST

Sports

Latest News

ମାଲକାନଗିରି: ମାଓବାଦୀ ଦମନ ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହାସହ ମାଓ ପ୍ରବଣ ଅଞ୍ଚଳର ଲୋକଙ୍କ ଉନ୍ନତୀ ଲାଗି ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯାଉଛି । ମାତ୍ର ମାଲକାନଗିରି ଜିଲ୍ଲାର ଏକ ବିଚ୍ଛିନ୍ନାଞ୍ଚଳରେ ମାଓବାଦୀଙ୍କ ଭୟରେ ୨ମାସ ହେବ ଭିଟାମାଟି ଛାଡିଥିବା ୬୦ଙ୍କୁ ଆଜି ଯାଏ ଥଇଥାନ କରାଯାଇନାହିଁ । ଏ ନେଇ ଗତକାଲି ଭିଟାମାଟି ଛାଡିଥିବା ଏହି ପରିବାର ସଦସ୍ୟମାନେ କେବିକେ ମୁଖ୍ୟ ପ୍ରଶାସକ ତାରା ଦତ୍ତଙ୍କୁ ଭେଟି ନିଜର ସମସ୍ୟା ଜଣାଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ଥଇଥାନ ଲାଗି କୌଣସି ପଦକ୍ଷେପ ନିଆଯାଇନାହିଁ । ମାଓବାଦୀ ଭୟକୁ ପେଟପାଟଣା ଚିନ୍ତାରେ ଏବେ ସେମାନେ ଅଛନ୍ତି । ଏପଟେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନେ ବାରଦୂଆର ହେଉଥିବା ସେମାନେ ଦର୍ଶାଇଛନ୍ତି । ଜଣେ ବିଚ୍ଛିନ୍ନାଞ୍ଚଳବାସୀ କହିଛନ୍ତି ଯେ, ଆଜି ଯାଏ କିଛି ପଦକ୍ଷେପ ନିଆଯାଇନାହିଁ । ସପ୍ତାହକ ମଧ୍ୟରେ ଜାଗା ଚିହ୍ନଟ କରାଯିବା ସହ ଘର କରି ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ଦେଖାଯାଉ ଏହା କେବେ ମିଳୁଛି । ଅନ୍ୟପକ୍ଷେ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କେବିକେ ମୁଖ୍ୟ ପ୍ରଶାସକ ଦତ୍ତ କହିଛନ୍ତି । ଏ ନେଇ ଏସପି ମିତ୍ରଭାନୁ ମହାପାତ୍ରଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, ସରକାରଙ୍କୁ ଏହି ଲୋକମାନଙ୍କ ସମ୍ପର୍କରେ ଅବଗତ କରାଯାଛି । ଶୀଘ୍ର ସେମାନଙ୍କୁ ଥଇଥାନ କରାଯିବାକୁ ବ୍ୟବସ୍ଥା କରାଯାଛି ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos