ମାଲକାନଗିରି: ମହୁଲପଦରର ୧୧ ଜଣ ଲୋକଙ୍କୁ ଛାଡ଼ି ଦେଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ମହୁଲପଦର ଗାଁରୁ ମାଓବାଦୀ ଅପହରଣ କରିଥିବା ୧୧ଜଣ ଲୋକଙ୍କୁ ଆଜି ମୁକ୍ତ କରି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଫରେଷ୍ଟ ଗାର୍ଡ ମଧ୍ୟ ଅଛନ୍ତି। ପ୍ରଜାକୋର୍ଟରେ ବିଚାର ପରେ ମାଓବାଦୀମାନେ ସେମାନଙ୍କୁ ଛାଡ଼ି ଦେଇଥିଲେ। ମାଓବାଦୀମାନେ ଗତ ବୁଧବାର ରାତିରେ ୯ ଜଣ ଲୋକଙ୍କୁ ଅପହରଣ କରିଥିବା ବେଳେ ଗୁରୁବାର ଆଉ ଦୁଇ ଜଣଙ୍କୁ ନେଇ ଯାଇଥିଲେ। ବୁଧବାର ରାତିରେ ୪୦ ରୁ ୫୦ ସଶସ୍ତ୍ର ମାଓବାଦୀ ଗାଁକୁ ଆସି […]

malkangiri

malkangiri

Rakesh Mallick
  • Published: Friday, 17 July 2015
  • Updated: 17 July 2015, 05:19 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ମହୁଲପଦର ଗାଁରୁ ମାଓବାଦୀ ଅପହରଣ କରିଥିବା ୧୧ଜଣ ଲୋକଙ୍କୁ ଆଜି ମୁକ୍ତ କରି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଫରେଷ୍ଟ ଗାର୍ଡ ମଧ୍ୟ ଅଛନ୍ତି। ପ୍ରଜାକୋର୍ଟରେ ବିଚାର ପରେ ମାଓବାଦୀମାନେ ସେମାନଙ୍କୁ ଛାଡ଼ି ଦେଇଥିଲେ।

ମାଓବାଦୀମାନେ ଗତ ବୁଧବାର ରାତିରେ ୯ ଜଣ ଲୋକଙ୍କୁ ଅପହରଣ କରିଥିବା ବେଳେ ଗୁରୁବାର ଆଉ ଦୁଇ ଜଣଙ୍କୁ ନେଇ ଯାଇଥିଲେ। ବୁଧବାର ରାତିରେ ୪୦ ରୁ ୫୦ ସଶସ୍ତ୍ର ମାଓବାଦୀ ଗାଁକୁ ଆସି ୯ଜଣ ଲୋକମାନଙ୍କୁ ଘରୁ ଡାକି ନେଇଥିଲେ। ଏହି ଅପହୃତଙ୍କ ମଧ୍ୟରେ ଜଣେ ସମିତି ସଭ୍ୟଙ୍କ ସ୍ୱାମୀ ମଧ୍ୟ ଥିଲେ।

ତା’ପର ଦିନ ଅର୍ଥାତ୍ ଗୁରୁବାର ଗାଁର  ଫରେଷ୍ଟଗାର୍ଡ ପିଣ୍ଟୁ ଦୁରୁଆ ଓ ଲକ୍ଷ୍ମଣ କୁମ୍ଭାର  ନିଖୋଜ ହୋଇଯାଇଥିଲେ। ପରେ ଜଣାପଡ଼ିଥିଲା ସେମାନଙ୍କୁ ବି ମାଓବାଦୀ ଅପହରଣ କରି ନେଇଛନ୍ତି। ସେମାନଙ୍କ ଘର ଲୋକେ ଅଭିଯୋଗ କରିଥିଲେ ଯେ ୩୦ରୁ ଅଧିକ ସଶସ୍ତ୍ର ମାଓବାଦୀ ଏ ଦୁହିଁଙ୍କୁ ଉଠାଇ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos