ମାଲକାନଗିରି: ଗୁଣିଗାରେଡ଼ି ସନ୍ଦେହରେ ମାମୁଁଙ୍କୁ ହତ୍ୟା କଲା ଭଣଜା

malkangiri

malkangiriମାଲକାନଗିରି: ମାଲକାନଗିରି ଜିଲ୍ଲା କୁଲିମେଠାଲ ସାତ ଗାଁରେ ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଭଣଜା ପିଟି ପିଟି ହତ୍ୟା କରିଛି। ମୃତକ ଜଣଙ୍କ ହେଲେ ଗଙ୍ଗା ମାଡକାମୀ। ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି। ଅଟକଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି।

ଗଙ୍ଗା ନିଜ ଭଣଜାକୁ ଗୁଣି କରିଥିବା ତାଙ୍କ ପରିବାର ଲୋକେ ସନ୍ଦେହ କରୁଥିଲେ। ଠାକୁର ପୂଜା ବାହାନାରେ ଗତକାଲି ସନ୍ଧ୍ୟାରେ ଗଙ୍ଗାକୁ ଘରକୁ ଡକାଇବା ପରେ ମୁଖ୍ୟ ଅଭିଯୁକ୍ତ ଶରୀରରେ ତାରିଣୀ ସବାର ହୋଇଥିବା ଦର୍ଶାଇ ପିଟି ପିଟି ତାଙ୍କୁ ଗାଁ ମୁଣ୍ଡରେ ହତ୍ୟା କରିଥିଲା। ଖବର ପାଇ ପୋଟେରୁ ଫ।ଣ୍ଡି ପୋଲିସ ଆଜି ଗ୍ରାମରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ୬ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଅଭିଯୁକ୍ତମାନେ ଗଙ୍ଗାଙ୍କୁ ହତ୍ୟା କରିବା ପରେ ଠାକୁରାଣୀ ଦଣ୍ଡ ଦେଇଛନ୍ତି ବୋଲି ଦର୍ଶାଇବାକୁ ଅଭିନୟ କରିଥିଲେ।

ପୋଟେରୁ ଫାଣ୍ଡି ଅଧିକାରୀ ମନୋଜ କୁମାର କହିଛନ୍ତି, “ଖବର ପାଇବା ପରେ ଗାଁକୁ ଯାଇ ୬ ଜଣ ଅଭିଯୁକ୍ତଙ୍କୁ ଫାଣ୍ଡିକୁ ଆଣି ପଚରାଉଚରା କରୁଛୁ। ପ୍ରାଥମିକ ତଦନ୍ତରୁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ଲାଗି ପଠାଇଛୁ, ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ।”

Previous ArticleNext Article

Send this to a friend