ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>କଣ୍ଟାବାଞ୍ଜି(ସୁରଦାସ ବାଗ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା କଲୋନୀ ପଡ଼ା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ସାମାନ୍ୟ କଳହରୁ ଘଟି ଯାଇଛି ଏକ ହତ୍ୟାକାଣ୍ଡ। ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛି ସ୍ୱାମୀ</p> <p>ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ କୁପରଚନ୍ଦ ବଛାଙ୍କର କୌଣସି ଏକ କଥାକୁ ନେଇ ସ୍ତ୍ରୀ ସହ ଝଗଡ଼ା ହୋଇଥିଲା। ଏଥିରେ କପୁରଚାନ୍ଦ ଉତ୍‌କ୍ଷିପ୍ତ ହୋଇ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏହାପରେ ସେ ନିଜେ ବେକରେ କପଡ଼ା ଲାଗାଇ ଆତ୍ମହତ୍ୟା କରିଛନ୍ତି।</p> <p>ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।