ବାପାମାଆଙ୍କୁ ହାତୁଡ଼ିରେ ପିଟି ହତ୍ୟା କଲା ପୁଅ

ଅନୁଗୋଳ(ବିରଜା ଦାଶ): ବାପାମାଆ ପାଇଁ ରାକ୍ଷସ ପାଲଟିଲା ପୁଅ। ବାପାମାଆଙ୍କୁ ହାତୁଡିରେ ପିଟି ହତ୍ୟା କଲା ପୁଅ। ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବରପଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ପୁଅ ଦୁଃଖୀଶ୍ୟାମ ବଘାରକୁ ପୋଲିସ ଥାନାରେ ଅଟକ ରଖିଛି। ମୃତକ ଦ୍ୱୟ ହେଲେ କରୁଣା ବଘାର ଓ ଚମ୍ପା ବଘାର।

ଗତକାଲି ରାତି ପ୍ରାୟ ୯ ଟା ବେଳେ ଦୁଃଖୀଶ୍ୟାମ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲେ। ପରେ ଉତ୍‌କ୍ଷିପ୍ତ ଦୁଃଖୀଶ୍ୟାମ ସ୍ତ୍ରୀଙ୍କୁ ମାରପିଟ କରିଥିଲେ। ଏହି ସମୟରେ ଦୁଃଖୀଶ୍ୟାମଙ୍କ ବାପାମାଆ ତାଙ୍କୁ ଅଟକାଇଥିଲେ। ସେ କିନ୍ତୁ ବାପାମାଆଙ୍କ କଥା ଶୁଣି ନ ଥିଲେ। ଓଲଟି ରାଗିଯାଇ ବାପାମାଆଙ୍କୁ ଆକ୍ରମଣ କରିଥିଲେ। ଦୁଃଖୀଶ୍ୟାମ ହାତୁଡ଼ିରେ ସେମାନଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା।

ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବରୁ ଜରପଡ଼ା ଥାନା ଅନ୍ତର୍ଗତ ଉଗୀ ମାହାର ସାହିରେ ଜଣେ ଯୁବକ ତା’ମାଆକୁ ହତ୍ୟା କରିଥିଲା।

 

Previous ArticleNext Article

Send this to a friend