ଗଛରେ ବାନ୍ଧି ଛେଚିଲେ

balasor

ବାଲେଶ୍ୱର: ଅଶାଳୀନ ବ୍ୟବହାର ଅଭିଯୋଗ ପରେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଡାହିସାହି ଗାଁରେ।

ଅଭିଯୋଗ ଅନୁସାରେ ଗତକାଲି ରାତିରେ ବାପୁନୁ ସିଂହ ନାମକ ଜଣେ ଯୁବକ  ଧୁଡ଼ୁକ ମାଝୀ ଓ ଅଜିତ୍‌ ଗୋଚ୍ଛାୟତଙ୍କ ଘରେ ପଶି ଅଶାଳୀନ ବ୍ୟବହାର କରିଥିଲା। ପରିବାର ଲୋକେ ଏବିଷୟରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହାପରେ ଗାଁ ଲୋକେ ଯୁବକଙ୍କୁ  ଗତକାଲି ରାତିରୁ ଆଜି ସକାଳେ ପର୍ଯ୍ୟନ୍ତ ଗଛରେ ବାନ୍ଧି ଦେଇଥିଲେ। ଏହାସହିତ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିଲା।  ଏହି ଘଟଣାର ପୋଲିସ ତଦନ୍ତ ପାଇଁ ଦାବି ହୋଇଛି।

Previous ArticleNext Article

Send this to a friend