ଢାବା ମାଲିକଙ୍କୁ ପଥରରେ ଛେଚି ହତ୍ୟା

ଝାରସୁଗୁଡ଼ା(ଭାଗୀରଥି ସାହୁ): ଜଣେ ଢାବା ମାଲିକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ଝାରସୁଗୁଡ଼ା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ରାଜେଶ ସାହୁ।

ଲଖନପୁର ବ୍ଲକ କନକତୋରା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବାବୁଡେରା ଢାବା ମାଲିକ ରାଜେଶ ପ୍ରତିଦିନ ଭଳି ଗତକାଲି ମଧ୍ୟ ରାତିରେ ଢାବାରେ ଶୋଇଥିଲେ। ଆଜି ସକାଳେ ତାଙ୍କ ସ୍ତ୍ରୀ ଜଳଖିଆ ଧରି ଢାବାରେ ପହଞ୍ଚିଥିଲେ। କିନ୍ତୁ ଢାବା ତାଲା ଦିଆଯାଇଥିବାରୁ ତାଙ୍କର ସନ୍ଦେହ ହୋଇଥିଲା। ତାଲା ଭାଙ୍ଗିବା ପରେ ରାଜେଶଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଥିବା ସେ ଦେଖିବାକୁ ପାଇଥିଲେ। କେହି ଦୁର୍ବୃତ୍ତ ଗତ ରାତିରେ ହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଲେଙ୍ଗାଲି ପୋଲିସ ଘଟଣାର ତଦନ୍ତ କରୁଛି।

 

Previous ArticleNext Article

Send this to a friend