ପିଟି ପିଟି ମାରିବା ପରେ ପୋଡ଼ି ଦେଲେ

murder

ଫୁଲବାଣୀ (ଓଡ଼ିଶା ରିପୋର୍ଟର): ପୁଣି ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବାଡ଼ାବାଙ୍ଗା ଗାଁରେ। ଗାଁର ସୁବାଶ ଚନ୍ଦ୍ର ମାଝୀଙ୍କୁ  କିଛି ଲୋକ ପିଟି ପିଟି ହତ୍ୟା କରିବା ପରେ ପାଖ ଜଙ୍ଗଲରେ ପୋଡ଼ି ଦେଇଛନ୍ତି।  ଏନେଇ ସୁବାସଙ୍କ ପତ୍ନୀ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି  ଦରପୋଡ଼ା ମୃତଦେହକୁ ଜବତ କରିଛି।

ଏ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣାକୁ ନେଇ  ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।

Previous ArticleNext Article

Send this to a friend