ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ

<p>ବରଗଡ଼ (ଓଡ଼ିଶା ରିପୋର୍ଟର): ଦିନେ ଯାହାକୁ ସାତ ଜନମସାଥୀ ଭାବି ହାତ ଧରିଥଲା, ଆଜି ତାକୁ ନିଜ ହାତରେ ମାରିଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଚାରପାଲି ଗାଁରେ। ସ୍ତ୍ରୀର ବେକ କାଟି ହତ୍ୟା କରିବା ପରେ ନିଜେ ଦଉଡ଼ିରେ ଝୁଲିପଡ଼ିଛି ସ୍ୱାମୀ। ମୃତକ ଦୁଇଜଣ ହେଲେ ଭୁବନ ସାହୁ ଏବଂ ତାଙ୍କ ସ୍ତ୍ରୀ ସେବତି ସାହୁ।</p> <p>ଅଭିଯୋଗ ଅନୁଯାୟୀ, ଆଜି ସକାଳୁ ଭୁବନ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ସ୍ତ୍ରୀ ସେବତିଙ୍କ ବେକ କାଟି ଦେଇଥିଲେ। ଘଟଣା ସ୍ଥଳରେ ସେବତିଙ୍କର ମୃତ୍ୟୁ ଘଟିଥିଲା। ପରେ ଭୁବନ ଘରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲା। ତାଙ୍କର ୩ଟି ପିଲା ଅଛନ୍ତି। ଭୁବନଙ୍କ ମାନସିକ ବିକୃତ ରୋଗୀ ଥିଲେ ବୋଲି ଜଣାପଡ଼ିଛି। ପୋଲିସ୍&zwnj; ଘଟଣାର ତଦନ୍ତ କରୁଛି।</p>

Ordigital Desk
  • Published: Tuesday, 03 April 2018
  • Updated: 03 April 2018, 01:05 PM IST

Sports

Latest News

<p>ବରଗଡ଼ (ଓଡ଼ିଶା ରିପୋର୍ଟର): ଦିନେ ଯାହାକୁ ସାତ ଜନମସାଥୀ ଭାବି ହାତ ଧରିଥଲା, ଆଜି ତାକୁ ନିଜ ହାତରେ ମାରିଦେଲା। ଏଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଚାରପାଲି ଗାଁରେ। ସ୍ତ୍ରୀର ବେକ କାଟି ହତ୍ୟା କରିବା ପରେ ନିଜେ ଦଉଡ଼ିରେ ଝୁଲିପଡ଼ିଛି ସ୍ୱାମୀ। ମୃତକ ଦୁଇଜଣ ହେଲେ ଭୁବନ ସାହୁ ଏବଂ ତାଙ୍କ ସ୍ତ୍ରୀ ସେବତି ସାହୁ।</p><p>ଅଭିଯୋଗ ଅନୁଯାୟୀ, ଆଜି ସକାଳୁ ଭୁବନ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ସ୍ତ୍ରୀ ସେବତିଙ୍କ ବେକ କାଟି ଦେଇଥିଲେ। ଘଟଣା ସ୍ଥଳରେ ସେବତିଙ୍କର ମୃତ୍ୟୁ ଘଟିଥିଲା। ପରେ ଭୁବନ ଘରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲା। ତାଙ୍କର ୩ଟି ପିଲା ଅଛନ୍ତି। ଭୁବନଙ୍କ ମାନସିକ ବିକୃତ ରୋଗୀ ଥିଲେ ବୋଲି ଜଣାପଡ଼ିଛି। ପୋଲିସ୍&zwnj; ଘଟଣାର ତଦନ୍ତ କରୁଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos