ନିମ୍ବ ଗଛ ମୂଳରେ ମଣିଷ ଖପୁରୀ; ଲୋକେ ଭୟଭୀତ

ନୀଳଗିରି(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ନୀଳଗିରିର ମିତ୍ରପୁରୁ ରାସ୍ତା ଷ୍ଟେସନ ସାହି ନିକଟରେ ଥିବା ଏକ ନିମ୍ବ ଗଛ ମୂଳରୁ ମଣିଷ ଖପୁରୀ ଜବତ କରାଯାଇଛି। ଖପୁରୀ ନିକଟରେ ନାଲି ଗାମୁଛା, ଚାଉଳ, ମଦବୋତଲ ଓ କଉଡ଼ି ଆଦି ପଡ଼ିଛି। ଫଳରେ କେହି ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ତେବେ କିଏ ଓ କାହିଁକି ଏଠାରେ ଏସବୁ ପକାଇଛି, ତାହା ସ୍ପଷ୍ଟ ହୋଇନାହିଁ।

କିଛି ମାସ ତଳେ ଏହି ଅଞ୍ଚଳରେ ଗୁଣିଗାରେଡ଼ି ସନ୍ଦେହରେ ଏକ ପରିବାରର ମାଆଝିଅଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା।

ସ୍ଥାନୀୟ ବାସିନ୍ଦା ହରି ସିଂହ କହିଛନ୍ତି,“ନିମ୍ବ ଗଛ ମୂଳରେ ମଣିଷ ଖପୁରୀ, ଗାମୁଛା, ଚାଉଳ, ମଦବୋତଲ ଓ କଉଡ଼ି ପଡ଼ିଥିବା ଆମେ ସକାଳୁ ଦେଖିଥିଲୁ। ଏହାକୁ ଦେଖି ଲୋକେ ଭୟଭୀତ ହେଉଛନ୍ତି। କିଏ ଏଠି ଗୁଣି ଗାରେଡି କରିଥିବା ସନ୍ଦେହ କରାଯାଉଛି।”

Ordigital Desk
• Published: Tuesday, 24 April 2018
• Updated: 24 April 2018, 11:21 AM IST

Sports

Latest News

ନୀଳଗିରି(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ନୀଳଗିରିର ମିତ୍ରପୁରୁ ରାସ୍ତା ଷ୍ଟେସନ ସାହି ନିକଟରେ ଥିବା ଏକ ନିମ୍ବ ଗଛ ମୂଳରୁ ମଣିଷ ଖପୁରୀ ଜବତ କରାଯାଇଛି। ଖପୁରୀ ନିକଟରେ ନାଲି ଗାମୁଛା, ଚାଉଳ, ମଦବୋତଲ ଓ କଉଡ଼ି ଆଦି ପଡ଼ିଛି। ଫଳରେ କେହି ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ତେବେ କିଏ ଓ କାହିଁକି ଏଠାରେ ଏସବୁ ପକାଇଛି, ତାହା ସ୍ପଷ୍ଟ ହୋଇନାହିଁ।

କିଛି ମାସ ତଳେ ଏହି ଅଞ୍ଚଳରେ ଗୁଣିଗାରେଡ଼ି ସନ୍ଦେହରେ ଏକ ପରିବାରର ମାଆଝିଅଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା।

ସ୍ଥାନୀୟ ବାସିନ୍ଦା ହରି ସିଂହ କହିଛନ୍ତି,“ନିମ୍ବ ଗଛ ମୂଳରେ ମଣିଷ ଖପୁରୀ, ଗାମୁଛା, ଚାଉଳ, ମଦବୋତଲ ଓ କଉଡ଼ି ପଡ଼ିଥିବା ଆମେ ସକାଳୁ ଦେଖିଥିଲୁ। ଏହାକୁ ଦେଖି ଲୋକେ ଭୟଭୀତ ହେଉଛନ୍ତି। କିଏ ଏଠି ଗୁଣି ଗାରେଡି କରିଥିବା ସନ୍ଦେହ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos