ମାଓବାଦୀଙ୍କ ଲଙ୍କାକାଣ୍ଡ: ଜାଳିଦେଲେ ୭ଗାଡ଼ି

ଭବାନୀପାଟଣା(ଓଡ଼ିଶା ରିପୋର୍ଟର): ଭବାନୀପାଟଣାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଘଟାଇଛନ୍ତି।  ମାଓବାଦୀମାନେ ଗତକାଲି ବିଳମ୍ବିତ ରାତିରେ ୭ଟି ଗାଡ଼ି ଜାଳିଦେଇଛନ୍ତି।  ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି ମାଓବାଦୀମାନେ ଏହି ବର୍ବର କାଣ୍ଡ ଘଟାଇଛନ୍ତି।  ବିଳମ୍ବିତ ରାତିରେ ପ୍ରାୟ ୪୦ରୁ ଅଧିକ ମାଓବାଦୀ କ୍ୟାମ୍ପରେ ପଶି ଗାଡ଼ି ଗୁଡ଼ିକୁ ପୋଡି ଦେଇଥିଲେ।  ଏକ ଠିକା ସଂସ୍ଥା ପକ୍ଷରୁ ଗୁଣ୍ଡୁରିଠାରୁ କାଡାମ ପର୍ଯ୍ୟନ୍ତ PMGSY ରାସ୍ତା ନିର୍ମାଣ କରଯାଉଛି।

Previous ArticleNext Article

Send this to a friend