ଶ୍ରମିକଙ୍କୁ ପିଟିଲେ,୧୪ଟି ଗାଡ଼ି ଜାଳିଦେଲେ  

<p>ମାଲକାନଗିରି:&nbsp; ପୁଣି୧୪ଟି ଗାଡ଼ି ପୋଡି ଦେଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କସ୍ତାରାମରେ ମାଓବାଦୀମାନେ ଏହି ଲଙ୍କାକାଣ୍ଡ ଘଟାଇଛନ୍ତି। ରାସ୍ତା କାମରେ ନିୟୋଜିତ ୧୪ଟି ଗାଡ଼ି ମାଓବାଦୀ ପୋଡ଼ି ଦେଇଛନ୍ତି। ଏହାସହ କାମ କରାଉଥିବା ଠିକା ସଂସ୍ଥାର ଶ୍ରମିକଙ୍କୁ ମାଓବାଦୀମାନେ ନିସ୍ତୁକ ପିଟିଛନ୍ତି। ପ୍ରାୟ ୨୦୦ ମାଓବାଦୀ ସଂଘବଦ୍ଧ ଭାବେ ଆସିଥିବା ଜଣାପଡ଼ିଛି।</p> <p>ସେହିପରି ମାଲକାନଗିରିରେ ରାସ୍ତାକାମକୁ ବିରୋଧ କରି ମାଓବାଦୀ ସଂଗଠନ ପକ୍ଷରୁ ଧମକ ପୂର୍ଣ୍ଣ ଚିଠି ଦିଆଯାଇଛି। ମାଲକାନଗିରି-ବିଶାଖା ବର୍ଡର ଡିଭିଜନ ସମ୍ପାଦକ ବେଣୁଙ୍କ ପକ୍ଷରୁ ଏହି ଚିଠି ଲେଖାଯାଇଛି। ଏହି ଚିଠିରେ ଆଦିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଲେଖାଯାଇଛି। ଆଦିବାସୀଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଘରର ଆବଶ୍ୟକତା ରହିଥିଲେ ମଧ୍ୟ ସରକାର ଏହାକୁ ପ୍ରାଥମିକତା ଦେଉନାହାନ୍ତି। ତେଣୁ ଆଗକୁ ଯାହା ଅଘଟଣ ଘଟିବ, ସେଥତ୍ପାଇଁ ସରକାର ଦାୟୀ ରହିବେ ବୋଲି ଚିଠିରେ ଲେଖାଯାଇଛି।</p>

Ordigital Desk
  • Published: Friday, 22 December 2017
  • Updated: 22 December 2017, 12:22 PM IST

Sports

Latest News

<p>ମାଲକାନଗିରି:&nbsp; ପୁଣି୧୪ଟି ଗାଡ଼ି ପୋଡି ଦେଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କସ୍ତାରାମରେ ମାଓବାଦୀମାନେ ଏହି ଲଙ୍କାକାଣ୍ଡ ଘଟାଇଛନ୍ତି। ରାସ୍ତା କାମରେ ନିୟୋଜିତ ୧୪ଟି ଗାଡ଼ି ମାଓବାଦୀ ପୋଡ଼ି ଦେଇଛନ୍ତି। ଏହାସହ କାମ କରାଉଥିବା ଠିକା ସଂସ୍ଥାର ଶ୍ରମିକଙ୍କୁ ମାଓବାଦୀମାନେ ନିସ୍ତୁକ ପିଟିଛନ୍ତି। ପ୍ରାୟ ୨୦୦ ମାଓବାଦୀ ସଂଘବଦ୍ଧ ଭାବେ ଆସିଥିବା ଜଣାପଡ଼ିଛି।</p><p>ସେହିପରି ମାଲକାନଗିରିରେ ରାସ୍ତାକାମକୁ ବିରୋଧ କରି ମାଓବାଦୀ ସଂଗଠନ ପକ୍ଷରୁ ଧମକ ପୂର୍ଣ୍ଣ ଚିଠି ଦିଆଯାଇଛି। ମାଲକାନଗିରି-ବିଶାଖା ବର୍ଡର ଡିଭିଜନ ସମ୍ପାଦକ ବେଣୁଙ୍କ ପକ୍ଷରୁ ଏହି ଚିଠି ଲେଖାଯାଇଛି। ଏହି ଚିଠିରେ ଆଦିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଲେଖାଯାଇଛି। ଆଦିବାସୀଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଘରର ଆବଶ୍ୟକତା ରହିଥିଲେ ମଧ୍ୟ ସରକାର ଏହାକୁ ପ୍ରାଥମିକତା ଦେଉନାହାନ୍ତି। ତେଣୁ ଆଗକୁ ଯାହା ଅଘଟଣ ଘଟିବ, ସେଥତ୍ପାଇଁ ସରକାର ଦାୟୀ ରହିବେ ବୋଲି ଚିଠିରେ ଲେଖାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos