କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ମେ’ ୭ ତାରିଖ ସକାଳ ୯ଟା ବେଳେ ପ୍ରକାଶ ପାଇବ। ମଧ୍ୟାହ୍ନରେ ବୋର୍ଡ଼ ୱେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ହେବ। ଏନେଇ ବୋର୍ଡ ସଭାପତି ଜାହାନଆରା ବେଗମ ଆଜି ସୂଚନା ଦେଇଛନ୍ତି।
ପରୀକ୍ଷାର୍ଥୀମାନେ ବୋର୍ଡ଼ ୱେବସାଇଟ୍ www.bseodisha.ac.in ଓ www.bseodisha.nic.in ରେ ପରୀକ୍ଷା ଫଳ ଜାଣିପାରିବେ। ଏହାଛଡ଼ା ଏସ୍ଏମ୍ଏସ୍ ଜରିଆରେ ମଧ୍ୟ ରେଜଲ୍ଟ ଜାଣିହେବ। OR10 ଲେଖି ସ୍ପେସ୍ ଦେଇ ରୋଲ୍ ନଂ ଲେଖି 5676750 କୁ ପଠାଇଲେ ପରୀକ୍ଷାର୍ଥୀମାନେ ରେଜଲ୍ଟ ଜାଣିପାରିବେ। ସେହିଦିନ ଅପରାହ୍ନରେ ଓଏମ୍ଆର୍ ସିଟ୍ ଉପଲବ୍ଧ ହେବ। ପରୀକ୍ଷାମାନେ ଚାହିଁଲେ କେଉଁ ବିଷୟରେ କେତେ ମାର୍କ ରଖିଛନ୍ତି, ତାହା ଜାଣିପାରିବେ। ଛାତ୍ରଛାତ୍ରୀଙ୍କର କିଛି ଆପତ୍ତି ଅଭିଯୋଗ ଥିଲେ ବୋର୍ଡକୁ ଜଣାଇପାରିବେ। ଏଥିପାଇଁ ରହିଛି ହେଲ୍ପଲାଇନ ନମ୍ବର 0671-2412059 ଓ 2412060କୁ ଫୋନ୍ କରିବାକୁ ପରାମର୍ଶ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।