ମେ’୫ରେ ରଣପୁର ଏନଏସି ନିର୍ବାଚନ; ମଇଦାନରେ ୫୫ ପ୍ରାର୍ଥୀ

ଭୁବନେଶ୍ୱର: ନୂଆ କରି ଗଠିତ ରଣପୁର ଏନଏସି ନିର୍ବାଚନ ପାଇଁ ମେ’୫ ତାରିଖ (ଆସନ୍ତାକାଲି)ରେ ମତଦାନ ଗ୍ରହଣ କରାଯିବ। ରଣପୁର ଏନଏସି ପାଇଁ ଏପ୍ରିଲ ୭ରେ ନିର୍ବାଚନ ହେବାର ଥିଲା। କିନ୍ତୁ ସଂରକ୍ଷଣ ଜନିତ ତ୍ରୁଟି ଯୋଗୁ ଏହାକୁ ମେ’ ୫କୁ ଘୁଞ୍ଚାଇ ଦିଆଯାଇଥିଲା। ରଣପୁର ଏନଏସିରେ ୧୫ଟି ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ମୋଟ ୫୫ ଜଣ ପ୍ରାର୍ଥୀ ହୋଇଛନ୍ତି। ଆସନ୍ତାକାଲି ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ରଣପୁର ଏନଏସିର ୯୯୬୦ ଭୋଟର୍। […]

ranpur

ranpur

Rakesh Mallick
  • Published: Monday, 04 May 2015
  • Updated: 04 May 2015, 09:04 AM IST

Sports

Latest News

ଭୁବନେଶ୍ୱର: ନୂଆ କରି ଗଠିତ ରଣପୁର ଏନଏସି ନିର୍ବାଚନ ପାଇଁ ମେ’୫ ତାରିଖ (ଆସନ୍ତାକାଲି)ରେ ମତଦାନ ଗ୍ରହଣ କରାଯିବ। ରଣପୁର ଏନଏସି ପାଇଁ ଏପ୍ରିଲ ୭ରେ ନିର୍ବାଚନ ହେବାର ଥିଲା। କିନ୍ତୁ ସଂରକ୍ଷଣ ଜନିତ ତ୍ରୁଟି ଯୋଗୁ ଏହାକୁ ମେ’ ୫କୁ ଘୁଞ୍ଚାଇ ଦିଆଯାଇଥିଲା। ରଣପୁର ଏନଏସିରେ ୧୫ଟି ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ମୋଟ ୫୫ ଜଣ ପ୍ରାର୍ଥୀ ହୋଇଛନ୍ତି। ଆସନ୍ତାକାଲି ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ରଣପୁର ଏନଏସିର ୯୯୬୦ ଭୋଟର୍।

ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ ଓ ଭାଜପା ପକ୍ଷରୁ ପ୍ରଚାର ଶେଷ ହୋଇଛି। ଗତକାଲି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଥିଲା। ଦଳୀୟ ନେତମାନେ ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ଡୋର-ଟୁ-ଡୋର କ୍ୟାମ୍ପେନ୍ ଚଳାଇଥିଲେ। ଗତକାଲି ପ୍ରଚାର ଶେଷ ହୋଇଥିବା ବେଳେ ବିଜେପି ପକ୍ଷରୁ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ, ଭୃଗୁ ବକ୍ସିପାତ୍ର, ସ୍ଥାନୀୟ ନେତ୍ରୀ ସୁରମା ପାଢ଼ୀ, ରୁଦ୍ରମାଧବ ରାୟ ଓ ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଥିଲେ। ଶେଷ ଦିନରେ କଂଗ୍ରେସର କୌଣସି ହେଭିୱେଟ ନେତା ଆସିନଥିଲେ ମଧ୍ୟ ଯୁବନେତା ସତ୍ୟଜିତ ପଟ୍ଟନାୟକଙ୍କ ଦ୍ୱାରା ଦଳ ପ୍ରଚାର ଚଳାଇଥିଲା। ସେହିପରି ବିଜେଡି ପକ୍ଷରୁ ବିଧାୟକ ପ୍ରଭାତ ବିଶ୍ୱାଳ, ରଣପୁରର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଘର ଘର ବୁଲି ଭୋଟ ମାଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos