୭୬ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବାରିପଦା: ମୟୂରଭଞ୍ଜରେ ୭୬ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁ ଶ୍ରମିକ ନିୟୋଜନ କରି ନ ଥିବା ନେଇ ସତ୍ୟପାଠ ଦାଖଲ ହୋଇ ନ ଥିବାରୁ କର୍ମଚାରୀଙ୍କ ବିରୋଧରେ ଏଭଳି ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲା ଟ୍ରେଜେରୀ ଅଫିସ୍‌ରଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ଗତ ଅଗଷ୍ଟ ୧୧ ତାରିଖରେ ଜିଲ୍ଲାର […]

rajeshpatil

rajeshpatil

Rakesh Mallick
  • Published: Thursday, 29 December 2016
  • Updated: 29 December 2016, 08:11 AM IST

Sports

Latest News

rajeshpatilବାରିପଦା: ମୟୂରଭଞ୍ଜରେ ୭୬ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁ ଶ୍ରମିକ ନିୟୋଜନ କରି ନ ଥିବା ନେଇ ସତ୍ୟପାଠ ଦାଖଲ ହୋଇ ନ ଥିବାରୁ କର୍ମଚାରୀଙ୍କ ବିରୋଧରେ ଏଭଳି ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲା ଟ୍ରେଜେରୀ ଅଫିସ୍‌ରଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି।

ଗତ ଅଗଷ୍ଟ ୧୧ ତାରିଖରେ ଜିଲ୍ଲାର ସମସ୍ତ ବିଭାଗୀୟ କାର୍ଯ୍ୟାଳୟ ସମେତ ବ୍ଲକ୍, ତହସିଲସ୍ତରୀୟ ଅଧିକାରୀମାନଙ୍କୁ ନିଜ ନିଜ ଘରେ ଶିଶୁ ଶ୍ରମିକ ନିୟୋଜନ କରି ନ ଥିବା ନେଇ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ହେଲେ ନିର୍ଦ୍ଦେଶନାମା ଜାରି ହେବାର ଚାରିମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଜିଲ୍ଲାର ଆହୁରି ୨୦ ପ୍ରତିଶତ କର୍ମଚାରୀ ସତ୍ୟପାଠ ଦାଖଲ କରି ନାହାନ୍ତି। ଏଥିପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos