ମୟୂରଭଞ୍ଜ ରାଜମାତାଙ୍କୁ ଛୁଇଁଲା ୯୦

<p>ମୟୂରଭଞ୍ଜ(ଓଡ଼ିଶା ରିପୋର୍ଟର):୯୦ ବର୍ଷ ବୟସରେ ପାଦ ଦେଇଛନ୍ତି ମୟୂରଭଞ୍ଜର ବର୍ତ୍ତମାନର ରାଜମାତା ଭାରତୀ ରାଜଲକ୍ଷ୍ମୀ ଭଞ୍ଜଦେଓ। ଏଥିପାଇଁ ଧୂମଧାମରେ ପାଳନ ହୋଇଛି ରାଜମାତାଙ୍କ ଜନ୍ମଦିନ। ତେଣୁ ଉତ୍ସବମୁଖର ହୋଇଉଠିଥିଲା ମୟୂରଭଞ୍ଜ ରାଜ ଦରବାର। ଜନ୍ମଦିନକୁ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ରାଜ ପରିବାର ରାଜମାତା। &nbsp;ତେବେ ଜନ୍ମଦିନ ଆସରର ଆଡମ୍ବରକୁ ଦ୍ୱିଗୁଣିତ କରିଥିଲା ମୟୂରଭଞ୍ଜର ପ୍ରସିଦ୍ଧ ଛଉ ନୃତ୍ୟ। ଯାହାର ପୃଷ୍ଠପୋଷକ ଥିଲେ ନିଜେ ରାଜମାତା।</p> <p>୧୯୨୮ରେ ନେପାଳ ରାଜଧାନୀ କାଠମାଣ୍ଡୁରେ ଜନ୍ମଗ୍ରହଣ କରିଥିଲେ ରାଜଲକ୍ଷ୍ମୀ ଭଞ୍ଜଦେଓ। ୧୯୫୨ରେ ମୟୂରଭଞ୍ଜର ତତ୍କାଳୀନ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କୁ ବିବାହ କରି ଆସିଥିଲେ ମୟୁରଭଞ୍ଜ। ଛଉନୃତ୍ୟ ବ୍ୟତୀତ ବ୍ୟାଘ୍ର ସଂରକ୍ଷଣ, ମୟୂରଭଞ୍ଜର ଐତିହ୍ୟ କଳା ଓ ସଂସ୍କୃତିର ସେ ଥିଲେ ପୃଷ୍ଠପୋଷକ। ତାଙ୍କୁ ନିକଟରୁ ଦେଖି ନୂଆପୀଢି ମଧ୍ୟ&nbsp; ସାଉଁଟିଥିଲେ ନୂଆ ଅନୁଭୂତି।&nbsp; ରାଜମାତା ଆହୁରି ଦୀର୍ଘାୟୁ ହୁଅନ୍ତୁ ବୋଲି ମୟୂରଭଞ୍ଜବାସୀ କାମନା କରିଛନ୍ତି।</p>

Ordigital Desk
  • Published: Thursday, 22 February 2018
  • Updated: 22 February 2018, 10:29 AM IST

Sports

Latest News

<p>ମୟୂରଭଞ୍ଜ(ଓଡ଼ିଶା ରିପୋର୍ଟର):୯୦ ବର୍ଷ ବୟସରେ ପାଦ ଦେଇଛନ୍ତି ମୟୂରଭଞ୍ଜର ବର୍ତ୍ତମାନର ରାଜମାତା ଭାରତୀ ରାଜଲକ୍ଷ୍ମୀ ଭଞ୍ଜଦେଓ। ଏଥିପାଇଁ ଧୂମଧାମରେ ପାଳନ ହୋଇଛି ରାଜମାତାଙ୍କ ଜନ୍ମଦିନ। ତେଣୁ ଉତ୍ସବମୁଖର ହୋଇଉଠିଥିଲା ମୟୂରଭଞ୍ଜ ରାଜ ଦରବାର। ଜନ୍ମଦିନକୁ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ରାଜ ପରିବାର ରାଜମାତା। &nbsp;ତେବେ ଜନ୍ମଦିନ ଆସରର ଆଡମ୍ବରକୁ ଦ୍ୱିଗୁଣିତ କରିଥିଲା ମୟୂରଭଞ୍ଜର ପ୍ରସିଦ୍ଧ ଛଉ ନୃତ୍ୟ। ଯାହାର ପୃଷ୍ଠପୋଷକ ଥିଲେ ନିଜେ ରାଜମାତା।</p><p>୧୯୨୮ରେ ନେପାଳ ରାଜଧାନୀ କାଠମାଣ୍ଡୁରେ ଜନ୍ମଗ୍ରହଣ କରିଥିଲେ ରାଜଲକ୍ଷ୍ମୀ ଭଞ୍ଜଦେଓ। ୧୯୫୨ରେ ମୟୂରଭଞ୍ଜର ତତ୍କାଳୀନ ମହାରାଜା ପ୍ରଦୀପ ଚନ୍ଦ୍ର ଭଞ୍ଜଦେଓଙ୍କୁ ବିବାହ କରି ଆସିଥିଲେ ମୟୁରଭଞ୍ଜ। ଛଉନୃତ୍ୟ ବ୍ୟତୀତ ବ୍ୟାଘ୍ର ସଂରକ୍ଷଣ, ମୟୂରଭଞ୍ଜର ଐତିହ୍ୟ କଳା ଓ ସଂସ୍କୃତିର ସେ ଥିଲେ ପୃଷ୍ଠପୋଷକ। ତାଙ୍କୁ ନିକଟରୁ ଦେଖି ନୂଆପୀଢି ମଧ୍ୟ&nbsp; ସାଉଁଟିଥିଲେ ନୂଆ ଅନୁଭୂତି।&nbsp; ରାଜମାତା ଆହୁରି ଦୀର୍ଘାୟୁ ହୁଅନ୍ତୁ ବୋଲି ମୟୂରଭଞ୍ଜବାସୀ କାମନା କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos