ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

10th

କଟକ (ଓଡ଼ିଶା ରିପୋର୍ଟର): ଆସନ୍ତା ମେ’ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ମୂଲ୍ୟାୟନ ପ୍ରକ୍ରିୟାର ପୁନଃ ଯାଞ୍ଚ ପରେ ଫଳ ପ୍ରକାଶ କରିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ମାର୍ଚ୍ଚ ୨୦ ତାରିଖରେ ମାଟ୍ରିକ ଖାତା ଦେଖା ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟରେ ଶେଷ  ହୋଇଛି। ମୂଲ୍ୟାୟନ ସମୟରେ ଶିକ୍ଷକଙ୍କ ଆନ୍ଦୋଳନ ସତ୍ତ୍ୱେ ତ୍ରୁଟିଶୂନ୍ୟ ମୂଲ୍ୟାୟନ ହୋଇଥିବା ବୋର୍ଡ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

Previous ArticleNext Article

Send this to a friend