ମନରେଗା ପାଉଣା ପାଉନାହାନ୍ତି ଶ୍ରମିକ; ରାଜ୍ୟ କହୁଛି-କେନ୍ଦ୍ର ଦାୟୀ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦାଦନ ଦୁଃଖ ଦୂର କରିବା ପାଇଁ କେନ୍ଦ୍ର ସରକାର ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ପ୍ରଣୟନ କରିଥିଲେ। ହେଲେ ଦୁଃଖର ବିଷୟ ଏହି ଯୋଜନାରେ କାମ କରୁଥିବା ଶ୍ରମିକଙ୍କୁ ମଜୁରି ମିଳୁନି। ଯାହାଫଳରେ ଦିନ ମଜୁରିଆଙ୍କ ଜୀବନ ଦୁଃଖ ଓ ଦୁର୍ଦ୍ଦଶାରେ ବିତୁଛି। ଯୋଜନା କରିଛି କେନ୍ଦ୍ର, ହେଲେ ଏହାକୁ କାର୍ଯ୍ୟକାରୀ କରୁଛି ରାଜ୍ୟ। ଏବେ ମଜୁରି ମିଳୁନଥିବା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି। ଏପରି ଅଭିଯୋଗ ଆସିବା ପରେ କେନ୍ଦ୍ରକୁ ଦାୟୀ କରୁଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ବିଧାନସଭାରେ ଏକ ଲିଖତ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଗଲା ୬ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଏହି ବାବଦକୁ ୨ ହଜାର ୮୮୫  କୋଟି ବାକି ରଖିଛନ୍ତି।
ମନରେଗା ମଜୁରିକୁ ନେଇ କେନ୍ଦ୍ର-ରାଜ୍ୟ ଭିତରେ ଟଣାଓଟରା ଲାଗିଛି। ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଗତ ୬ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ମନରେଗାରେ ରାଜ୍ୟର ୨ ହଜାର ୮୮୫ କୋଟି ୪୦ ଲକ୍ଷ ବାକି ରଖିଛନ୍ତି। କେବଳ ୨୦୧୭-୧୮ ଆର୍ଥିକ ବର୍ଷରେ ୩୩୫ କୋଟି ୮୯ ଲକ୍ଷ ଟଙ୍କା କେନ୍ଦ୍ର ଦେଇନି। ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପାଲଟା ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର କେନ୍ଦ୍ର ଦେଇଥିବା ଟଙ୍କାକୁ ଖର୍ଚ୍ଚ କରିପାରୁ ନାହାନ୍ତି। କେନ୍ଦ୍ର କେତେ ଟଙ୍କା ଦେଇଥିଲା ଓ ରାଜ୍ୟ କେତେ ଖର୍ଚ୍ଚ କରିଛି ତାର ହିସାବ ମାଗିଛନ୍ତି ଜୁଏଲ୍।
ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଳକ୍ ନାଗଡ଼ିହି ଗାଁରେ ମନରେଗା ଯୋଜନା ଅଧିନରେ ଚାଲିଛି ଡାବଝରଣ କଟାର ଉନ୍ନତୀକରଣ କାମ। କାମ ଆରମ୍ଭ ହେବାକୁ ୩ ମାସ ବିତିଗଲାଣି। ହେଲେ ଏବେ ମଧ୍ୟ ଶ୍ରମିକଙ୍କ ହାତ ଖାଲି। ମାଟି କାମ କରିଥିବା ୧୭ରୁ ୧୮ ଜଣ ଶ୍ରମିକଙ୍କ ଏଯାଏଁ ସେମାନଙ୍କ ମଜୁରି ପାଇନାହାନ୍ତି। ଟଙ୍କା ଉଠାଇବା ଲାଗି ବାରମ୍ବାର ୧୫ କିଲୋମିଟର ଦୂର କଣ୍ଟାପାଲି ବ୍ୟାଙ୍କକୁ ଦୌଡୁଛନ୍ତି। ହେଲେ ଆକାଉଣ୍ଟରେ ଟଙ୍କା ଜମା ହେଉନାହିଁ।
ସମାନ ଅବସ୍ଥା କୋରାପୁଟ ଲମତାପୁଟ୍ ବ୍ଳକ୍ କୁମାର ଗନ୍ଧଣା ପଞ୍ଚାୟତ ବଙ୍କେଇପୁଟ ଗାଁରେ ଦେଖିବାକୁ ମିଳିଛି। ଏଠାରେ ପ୍ରାୟ ୪୦ ଜଣ ହିତାଧିକାରୀ ଗତବର୍ଷ ମନରେଗା ଯୋଜନାରେ ମାଟି କାମ କରିଥିଲେ। କାମ ସରିବାର ୮ ମାସ ବିତିଯାଇଥିଲେ ମଧ୍ୟ ଏଯାଏଁ ମଜୁରି ଟଙ୍କା ମିଳିନାହିଁ।
Ordigital Desk
• Published: Tuesday, 24 April 2018
• Updated: 24 April 2018, 09:27 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos