ବାରଙ୍ଗରେ ହେବ ସ୍ୱୟଂକ୍ରିୟ ଦୁଗ୍ଧ ଡାଏରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର। ବାରଙ୍ଗରେ ପ୍ରତିଷ୍ଠା ହେବ ସ୍ୱୟକ୍ରିୟ ଦୁଗ୍ଧ ଉତ୍ପାଦନ କେନ୍ଦ୍ର। ଏଠାରେ ଦୈନିକ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଉତ୍ପାଦନ କରାଯାଇପାରିବ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୌର ନିର୍ବାଚନ ଅଧିନିୟମରେ ସଂଶୋଧନ କରାଯାଇଛି। ପୌର ପରିଷଦ ଅନାସ୍ଥା ଭୋଟ ପାଇଁ ଗୁପ୍ତ ମତ ନୁହେଁ ବରଂ ଖୋଲା ମତଦାନ ହେବ। […]

milk production in odisha

milk production in odisha

Rakesh Mallick
  • Published: Thursday, 08 February 2018
  • Updated: 08 February 2018, 10:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର। ବାରଙ୍ଗରେ ପ୍ରତିଷ୍ଠା ହେବ ସ୍ୱୟକ୍ରିୟ ଦୁଗ୍ଧ ଉତ୍ପାଦନ କେନ୍ଦ୍ର। ଏଠାରେ ଦୈନିକ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଉତ୍ପାଦନ କରାଯାଇପାରିବ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ପୌର ନିର୍ବାଚନ ଅଧିନିୟମରେ ସଂଶୋଧନ କରାଯାଇଛି। ପୌର ପରିଷଦ ଅନାସ୍ଥା ଭୋଟ ପାଇଁ ଗୁପ୍ତ ମତ ନୁହେଁ ବରଂ ଖୋଲା ମତଦାନ ହେବ। ଏନେଇ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏହାବ୍ୟତୀତ ଆସିକା ଚିନି କଳକୁ ୧୫ କୋଟି ଋଣ ଦେବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ଆଗରୁ ପର୍ଯ୍ୟଟକ ଓ ସାଂସ୍କୃତିକ ବିଭାଗ ଗୋଟିଏ ବିଭାଗ ଅଧୀନରେ ଥିଲା। ବର୍ତ୍ତମାନ ଏହାକୁ ଅଲଗା କରାଯାଇଛି। ସାଂସ୍କୃତି ବିଭାଗର ନାଁ ବଦଳା ଯାଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କରାଗଲା। ଏହାକୁ ଆଜି କ୍ୟାବିନେଟ୍‌ରେ ଅନୁମତି ମିଳିଛି। ଓଡ଼ିଶା ଜେଲ୍ ସର୍ଭିସ ରୁଲ୍‌ରେ ସଂଶୋଧନକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍। ନୂଆପଡ଼ା ଜିଲ୍ଲାର ୯୦୫ଟି ଗାଁକୁ ଫ୍ଳୋରାଇଡ ମୁକ୍ତ ପାଇପ୍‌ ଜଳ ଯୋଗାଣ ସହ ଲୋୟର ଇନ୍ଦ୍ର ଭୂତଳ ପାଇପ ଲାଇନ ପ୍ରକଳ୍ପ ଟେଣ୍ଡରକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଭୂତଳ ପାଇପ ଲାଇନ ଦ୍ୱାରା ୧୩, ୮୦୦ ଏକର ଜଳ ସେଚନ ଲକ୍ଷ୍ୟ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos