ଟିଉସନ୍‌ ଯାଉଥିଲେ,ବାଟରୁ ଉଠାଇନେଇ …

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଜଗତସିଂହପୁରରେ ପୁଣି ଲଜ୍ଜା। ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ଫାଣ୍ଡି ଅଞ୍ଚଳରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଗତକାଲି ଅପରାହ୍ଣରେ ନବମ ଶ୍ରେଣୀ ଛାତ୍ରୀ ଜଣକ ଟିଉସନ୍‌ ଯାଉଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଉଠାଇ ନେଇ ନିଛାଟିଆ ବାଉଁଶ ବଣରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ପୀଡ଼ିତା ଜଣକ କୌଣସି ପ୍ରକାରେ ଖସି ଆସି ଘରେ ଏସମ୍ପର୍କରେ ଜଣାଇଥିଲେ। ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୋଲସି ୩ ଯୁବକଙ୍କୁ ଅଟକ ରଖିଛି।

ସୂଚନାଯୋଗ୍ୟ, ଦୁଇ ଦିନତଳେ ଜଗତସିଂହପୁର ଜିଲ୍ଲାରେ ଆଉ ଏକ ଲଜ୍ଜା ଜନକ ଘଟଣା ଘଟିଥିଲା। ଜଣେ ୫ ବର୍ଷର ଝିଅ ସ୍କୁଲରୁ ଫେରୁଥିବା ବେଳେ ଦୁଇ ଜଣ ନାବାଳକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

Previous ArticleNext Article

Send this to a friend