ଜିଅନ୍ତା ଜଳିଗଲା ନାବାଳକ

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ମାହାଙ୍ଗା ଧର୍ମଦାସପୁରରେ ଜଣଙ୍କ ଘରେ ନିଆଁ ଲାଗି ଜଣେ ନାବାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତକ ଜଣଙ୍କ  ହେଉଛନ୍ତି ପ୍ରଣବ ମିଶ୍ରଙ୍କ ୧୩ ବର୍ଷର ପୁଅ ପ୍ରକାଶ ମିଶ୍ର।

ଗତକାଲି ବିଳମ୍ବିତ ରାତିରେ ପ୍ରଣବଙ୍କ ଘରେ ନିଆଁ ଲାଗି ଯାଇଥିଲା। ଅନ୍ୟ ଏକ ବଖରାରେ ପୁଅ ପ୍ରକାଶ ଶୋଇଥିଲା।  ନିଆଁ ଲାଗି ଯିବା ପରେ ଚାଳ ଭୁଶୁଡ଼ି ପଡ଼ିବାରୁ ଘରେ ଲୋକେ ତାକୁ ଆଉ ଉଦ୍ଧାର କରିପାରି ନ ଥିଲେ।  ତେଣୁ ନାବାଳକ ଜିଅନ୍ତା ଜଳି ଯାଇଥିଲା। ଦମକଳ ବାହିନୀ ଆସିବା ପରେ ନିଆଁ ଲିଭାଇ ମୃତଦେହ ଉଦ୍ଧାର କରାଯାଇଥିଲା। ଘରେ କେମିତି ନିଆଁ ଲାଗିଥିଲା ସେ ସଂପର୍କରେ ସ୍ପଷ୍ଟ ହୋଇନାହିଁ।

Previous ArticleNext Article

Send this to a friend