ବାରିପଦା (ମାଣିକ ଲାଲ୍ ପାଣି): ନାବାଳିକା ଜଣକ ସାଙ୍ଗମାନଙ୍କ ସହିତ ଗାଁ ଦାଣ୍ଡରେ ଖେଳୁଥିଲା। ସାଇକେଲରେ ଆସିଲା ନର ରାକ୍ଷସ। ବିସ୍କୁଟ ଦେବ ବୋଲି କହି ସାଇକେଲ୍ରେ ବସାଇ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ।
ଗତକାଲ ମାଆ ଓ ବାପା ପାଖ ଗାଁକୁ କାମ କରିବାକୁ ଯାଇଥିଲେ। ଘରେ ୬ ବର୍ଷର ନାବାଳିକା ଏକା ଥିଲେ। ସନ୍ଧ୍ୟା ବେଳେ ସେ ସାଙ୍ଗମାନଙ୍କ ସହିତ ଖେଳୁଥିଲେ। ଏହି ସମୟରେ ସୁନାରାମ ସିଂ ତାକୁ ବିସ୍କୁଟ ଖାଇବାକୁ କହି ସାଇକେଲ୍ରେ ବସାଇ ଡାକି ନେଇଥିଲା। ତା’ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ସନ୍ଧ୍ୟାବେଳେ ମାଆବାପା କାମରୁ ଘରକୁ ଫେରି ଝିଅକୁ ଖୋଜି ଥିଲେ। ମାତ୍ର ପାଇନଥିଲେ। ପଡ଼ିଶା ପିଲାଙ୍କୁ ଝିଅ ସମ୍ପର୍କରେ ପଚାରିଥିଲେ। ପିଲାଙ୍କଠାରୁ ଖବର ପାଇ ନାବାଳିକାଙ୍କ ବାପାମାଆ ଗାଁ ମୁଣ୍ଡକୁ ଯାଇଥିଲେ। ସେଠାରେ ଏକ ଗଛ ମୂଳରେ ସୁବାରାମ ବସିଥିବା ବେଳେ ନାବାଳିକା ଝିଅ କାନ୍ଦୁଥିବା ବାପାମାଆ ଦେଖିବାକୁ ପାଇଥିଲେ। ପରେ ଝିଅଠାରୁ ସବୁ କଥା ଶୁଣି ବାଙ୍ଗିରିପୋଷି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ଅଭିଯୁକ୍ତ ସୁନାରାମଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।