୪ ବର୍ଷର ନାବାଳିକାକୁ…

rape

ରାଜକନିକା (ଓଡ଼ିଶା ରିପୋର୍ଟର): ଦୁଷ୍କର୍ମ ଘଟଣା ରାଜ୍ୟରେ ବ୍ୟାଧି ପରି ବଢ଼ି ଚାଲିଛି। ଚିନ୍ତାର କାରଣ ହେଉଛି ଅଧିକାଂଶ ଦୁଷ୍କର୍ମ ମାମଲାରେ ନାବାଳିକାମାନେ ପୀଡ଼ିତା ଥିବା ଦେଖିବାକୁ ମିଳୁଛି। ଆଜି ଗୋଟିଏ ଦିନରେ ୩ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆସିଛି। ଗୋଟିଏ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରୁ ଆସିଥିବା ବେଳେ ଅନ୍ୟ ଦୁଇଟି ମାମଲା ସୋରରେ ହୋଇଛି।

ରାଜକନିକା ଅଞ୍ଚଳରେ ଜଣେ ୪ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ଜଣେ ସମ୍ପର୍କୀୟ ଏହି ଘଟଣାରେ ସମ୍ପୃକ୍ତ ଥିବା ପୀଡ଼ିତାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସେହିପରି ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳର ଅନୁ ବେହେରା ନାମକ ଯୁବକ ଜଣେ ନାବାଳିକାଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ୨୭ ତାରିଖରେ ଏହି ଘଟଣା ଘଟିଥିଲା। ନାବାଳିକାଙ୍କ ପରିବାର ପକ୍ଷରୁ ସୋର ଥାନାରେ ଏନେଇ ଏତଲା ଦିଆଯାଇଛି। ଅନ୍ୟପକ୍ଷରେ ସୋର ବାଳଙ୍ଗ ପଞ୍ଚାୟତ ଅଞ୍ଚଳରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ, ବହୁ ଦିନ ଧରି ପ୍ରେମ ନିବେଦନ କରି ବିଫଳ ହେବା ପରେ ଅଭିଯୁକ୍ତ ଗତ ୨୭ ତାରିଖ ଦିନ ନାବାଳିକାଙ୍କୁ ତାଙ୍କ ଗାଁକୁ ଅପହରଣ କରିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Previous ArticleNext Article

Send this to a friend