ନୟାଗଡ଼(ସତ୍ୟନାରାୟଣ ସୁର ଜଗଦେବ): ୧୫ ବର୍ଷୀୟା ଭିନ୍ନକ୍ଷମ ଝିଅଙ୍କ ଦେହ ହଠାତ୍ ଖରାପ ହେଲା। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପୋଲିସ ମେଡ଼ିକାଲରେ ଭର୍ତ୍ତି କରିଥିଲା। ଡାକ୍ତର ଟେଷ୍ଟ ପରେ କହିଲେ, ଝିଅ ୪ ମାସର ଗର୍ଭବତୀ। ଏହି ଘଟଣାଟି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର।
ଅଭିଯୋଗରୁ ପ୍ରକାଶ, ନାବାଳିକାଙ୍କ ବାପା ଜଣେ ଗରିବ। ସେ ଇଟା ଭାଟି ଶ୍ରମିକ ଭାବେ କାମ କରନ୍ତି। ନାବାଳିକାଙ୍କ ମାଆ ସ୍କୁଲରେ ରୋଷେୟା ଭାବେ କାମ କରନ୍ତି। ଭିନ୍ନକ୍ଷମ ଝିଅ ଘରେ ଏକା ରୁହନ୍ତି। ତେବେ ଆଜି ହଠାତ ଝିଅ ଅସୁସ୍ଥ ହୋଇପଡ଼ିଥିଲେ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଝିଅକୁ ସେମାନେ ଡାକ୍ତର ନେଇ ପାରିନଥିଲେ। ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲା। ଡାକ୍ତର ଟେଷ୍ଟ କରିବା ପରେ ନାବାଳିକା ୪ ମାସର ଗର୍ଭବତୀ ଜାଣିବାକୁ ପାଇଥିଲେ। ଏକଥା ଶୁଣି ବାପା ଓ ମାଆଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇ ଥିଲା। ଝିଅର ଜୀବନ ସହ କିଏ ଖେଳିଲା, ଏହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ବାପା ଓ ମାଆ।
ନାବାଳିକା ଦୁଷ୍କର୍ମରେ ଶିକାର ହୋଇଥିବା ଜାଣି ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ବଳାତ୍କାରୀଙ୍କ ପରିଚୟ ପାଇନଥିଲା। ପରେ ପୀଡ଼ିତା ତାଙ୍କ ମାଆଙ୍କୁ କହିଥିଲେ ଯେ, ବ୍ରଜବନ୍ଧୁ ନାମକ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିଲେ। ଏହା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।