ନିଖୋଜ ନବୀନଙ୍କ ସନ୍ଧାନ ମିଳିଲା

ଢେଙ୍କାନାଳ (ରାଜଶ୍ରୀ ସତପଥୀ): ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପତ୍ତା ମିଳିଛି।  ନବୀନ ଏବେ କୋଲକାତାରେ ଥିବା ଓଟିଭିକୁ ଫୋନ୍‌ କରି ତାଙ୍କ ପୁଅ ସମ୍ବିତ ସୂଚନା ଦେଇଛନ୍ତି। କୋଲକାତା ଯାଇଥିବା ନବୀନ ସେଠାରେ ନିଖୋଜ ହୋଇଯାଇଥିବା ତାଙ୍କ ପୁଅ ଅଭିଯୋଗ କରିଥିଲେ। ନବୀନ ଗତକାଲି କୌଣସି କାମରେ କୋଲକାତା ଯାଇଥିଲେ। ସେଠାରୁ ଆଜି ବିମାନରେ ଭୁବନେଶ୍ୱର ଫେରିବାର ଥିଲା। ହେଲେ ସେ ଭୁବନେଶ୍ୱର ଫେରି ନଥିବା ସମ୍ବିତ ସୂଚନା ଦେଇଥିଲେ।  ନବୀନଙ୍କ ଫୋନ୍ ସୁଇଚ୍ […]

navin

navin

Rakesh Mallick
  • Published: Sunday, 01 July 2018
  • Updated: 01 July 2018, 10:02 PM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ସତପଥୀ): ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପତ୍ତା ମିଳିଛି।  ନବୀନ ଏବେ କୋଲକାତାରେ ଥିବା ଓଟିଭିକୁ ଫୋନ୍‌ କରି ତାଙ୍କ ପୁଅ ସମ୍ବିତ ସୂଚନା ଦେଇଛନ୍ତି। କୋଲକାତା ଯାଇଥିବା ନବୀନ ସେଠାରେ ନିଖୋଜ ହୋଇଯାଇଥିବା ତାଙ୍କ ପୁଅ ଅଭିଯୋଗ କରିଥିଲେ।

ନବୀନ ଗତକାଲି କୌଣସି କାମରେ କୋଲକାତା ଯାଇଥିଲେ। ସେଠାରୁ ଆଜି ବିମାନରେ ଭୁବନେଶ୍ୱର ଫେରିବାର ଥିଲା। ହେଲେ ସେ ଭୁବନେଶ୍ୱର ଫେରି ନଥିବା ସମ୍ବିତ ସୂଚନା ଦେଇଥିଲେ।  ନବୀନଙ୍କ ଫୋନ୍ ସୁଇଚ୍ ଅପ୍ ଥିବାରୁ ସେ ତୁରନ୍ତ କୋଲକାତା ଯାଇ ସେଠାକାର ସ୍ଥାନୀୟ ସେକ୍ସପିଅର ସରଣୀ ଥାନାରେ ବାପା ନିଖୋଜ ଥିବା ସମ୍ପର୍କରେ ଏତଲା ଦେଇଥିଲେ।

ନବୀନ ନିଖୋଜ ଖବର ପ୍ରଚାରିତ ହେବା ପରେ ତାଙ୍କ ବାସଭବନରେ ସମର୍ଥକଙ୍କ ଭିଡ଼ ଜମି ଥିଲା। ନବୀନଙ୍କ ସମ୍ପର୍କରେ ତ୍ୱରିତ ସନ୍ଧାନ ନେବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ନିବେଦନ କରିଥିଲେ।

ସୂଚନା ମିଳିବା ପରେ ନବୀନ କହିଥିଲେ, “କୋଲକାତାରେ ପକେଟ ମାରର ଶିକାର ହୋଇଥିଲି। ଚୋରକୁ ଧରିବାକୁ କିଛି ବାଟ ଗୋଡ଼ାଇଥିଲି। ଚୋର ଏକ ହୋଟେଲରେ ପଶିଯାଇଥିଲା, ପିଛା କରି ମୁଁ ବି ପଶିଥିଲି। ହୋଟେଲ୍‌ରେ ସେତେବେଳେ ଚଢାଉ ହେଉଥିଲା। ପୋଲିସ୍ ଉଭୟଙ୍କୁ ଅଟକ ରଖି ପଚରାଉଚରା କରିଲା। ପାଖରେ ଫୋନ ନଥିବାରୁ ଘର ସହ ଯୋଗାଯୋଗ କରିପାରିଲିନି। ଏବେ କିଛି ଅସୁବିଧା ନାହିଁ, ମୁଁ ପୂରାପୂରି ଠିକ୍ ଅଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos