ଜଗତସିଂହପୁରରେ ମୋବାଇଲ ବିସ୍ଫୋରଣ, ଯୁବକ ଗୁରୁତର

ଜଗତସିଂହପୁର(ଦୀପକ ମହାନ୍ତି): ଫୋନ୍‌ରେ ଗପସପ୍‌ କଲେ, ଆଉ କାମ ଥିଲା ବୋଲି ଆସିଥିଲେ ଜଗତ୍‌ସିଂହପୁର ଟାଉନ୍‌ । ତିର୍ତ୍ତୋଲ ଅତାମୂଳ ଗାଁରୁ ସେ ଏଠାକୁ ଆସିଥିବା ବେଳେ ହଠାତ୍‌ ରାସ୍ତା ଉପରେ ଘଟିଲା ଅଘଟଣ। କ‘ଣ ହେଲା ବୋଲି ହଠାତ୍‌ ଚାରିଆଡେ ହୋ ହାଲ୍ଲା ହେଲା। ସମସ୍ତେ ଦଉଡି ଆସିଲେ ରାସ୍ତାକୁ । ଶୁଣୁଶୁଣୁ ଜଣାପଡିଲା ମୋବାଇଲ ଫୋନ୍‌ ଫୁଟିଛି। ପ୍ୟାଣ୍ଟ ପକେଟରେ ରହିଥିବା ମୋବାଇଲ ଫୁଟିବା ପରେ ଗୁରୁତର ହୋଇପଡିଥିଲେ ଅତାମୂଳ ଗାଁର ବିଜୟ ଦଳେଇ। ସ୍ଥାନୀୟ ଲୋକଙ୍କ ସହାୟତାରେ ତୁରନ୍ତ ତାଙ୍କୁ ନିକଟବର୍ତ୍ତି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Previous ArticleNext Article

Send this to a friend