ଓଡ଼ିଶାର ସ୍ୱାସ୍ଥ୍ୟସେବାକୁ ନେଇ ସରକାରଙ୍କୁ ଘେରିଲେ ମୋଦି

କଟକ (ଓଡ଼ିଶା ରିପୋର୍ଟର): ପୂର୍ବ ଭରତରେ ସ୍ୱାସ୍ଥ୍ୟ ସେବା ଚିନ୍ତାଜନକ। ଓଡ଼ିଶା କଥା ନକହିବା ଭଲ। ଏଠାରେ ସ୍ୱାସ୍ଥ୍ୟ ସେବା ଅତ୍ୟନ୍ତ ଦୟନୀୟ। ଏଥିରୁ ଜଣାପଡ଼ୁଛି ରାଜ୍ୟ ସରକାର ନିଜେ ନିଜର ଦାୟିତ୍ୱ ଠିକ ଭାବେ ନିର୍ବାହ କରୁନାହାନ୍ତି। ଯଦି ସରକାର ଠିକ୍‌ ଭାବେ ନିଜର କାର୍ଯ୍ୟ ସମ୍ପାଦନ କରୁଥାଆନ୍ତେ, ତାହାହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍ୱାସ୍ଥ୍ୟ ସେବାର ଭୟଙ୍କର ଚିତ୍ର ଗଣମାଧ୍ୟମରେ ପ୍ରକାଶ ପାଇ ନଥାଆନ୍ତା। ଆଜି କଟକରେ ଆୟୋଜିତ ଜନକଲ୍ୟାଣ ସମାବେଶରେ ଉଦ୍‌ବୋଧନ ଦେବା ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେ କହିଛନ୍ତି-“ଗରିବଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ‘ଆୟୁସ୍‌ମାନ ଭାରତ’ ଯୋଜନାରେ ଗାଁ ପାଖରେ ହେଲ୍‌ଥ ସେଣ୍ଟର ଖୋଲାଯାଉଛି। ଗୁରୁତର ରୋଗୀଙ୍କ ପାଇଁ ଭୁବନେଶ୍ୱରରେ ଏମ୍ସ ପ୍ରତିଷ୍ଠା କରାଯାଉଛି। ଏହାଛଡ଼ା କଟକ, ବ୍ରହ୍ମପୁର ଓ ବୁର୍ଲା ମେଡ଼ିକାଲ କଲେଜ ଗୁଡ଼ିକୁ ଅପ୍‌ଗ୍ରେଡସନ୍‌ କରାଯାଉଛି। ଏଠାରେ କେବଳ ଚିକିତ୍ସା କରାଯିବ ନାହିଁ, ମେଡ଼ିକାଲ ଶିକ୍ଷା ଓ ରୋଜଗାର ପଢ଼ିବ। ଏହି ମେଡ଼ିକାଲ କଲେଜରୁ ଡାକ୍ତର ଓ ନର୍ସ ତିଆରି ହେବେ। ଦେଶ ପ୍ରଗତିରେ ହାତ ବଢ଼ାଇବେ।”

Previous ArticleNext Article

Send this to a friend