ତଥାଗତଙ୍କ ମନ ଜିଣିଗଲେ ମୋଦି

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଢେଙ୍କାନାଳ ସାଂସଦ ତଥାଗତ ଶତପଥୀଙ୍କର ଗତକାଲି (ଏପ୍ରିଲ-୧)ଜନ୍ମଦିନ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଖାସ କଥା ହେଉଛି ମୋଦି ତାଙ୍କୁ ଓଡ଼ିଆରେ ଲେଖି ଶୁଭେଚ୍ଛା ଜଣାଇଛନ୍ତି।  ମୋଦି ଲେଖଛନ୍ତି ଯେ, ଡିଅର ଶ୍ରୀ ଶତପଥୀ, ଜନ୍ମଦିନ ଅବସରରେ ମୋର ହୃଦୟଭରା ଶୁଭେଚ୍ଛା ଗ୍ରହଣ କରିବେ। ଆମ ଦେଶର ଜନସାଧାରଣଙ୍କର ସେବା କରିବା ପାଇଁ ଭଗବାନ ଆପଣଙ୍କୁ  ଦୀର୍ଘ ନିରାମୟ ଜୀବନ ଏବଂ ଖୁସିର ଆଶୀର୍ବାଦ ଦିଅନ୍ତୁ ବୋଲି ଲେଖା ଯାଇଛି। ପ୍ରଧାନମନ୍ତ୍ରୀଙ୍କ […]

tathagata

tathagata

Rakesh Mallick
  • Published: Monday, 02 April 2018
  • Updated: 02 April 2018, 10:06 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):ଢେଙ୍କାନାଳ ସାଂସଦ ତଥାଗତ ଶତପଥୀଙ୍କର ଗତକାଲି (ଏପ୍ରିଲ-୧)ଜନ୍ମଦିନ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଖାସ କଥା ହେଉଛି ମୋଦି ତାଙ୍କୁ ଓଡ଼ିଆରେ ଲେଖି ଶୁଭେଚ୍ଛା ଜଣାଇଛନ୍ତି।  ମୋଦି ଲେଖଛନ୍ତି ଯେ, ଡିଅର ଶ୍ରୀ ଶତପଥୀ, ଜନ୍ମଦିନ ଅବସରରେ ମୋର ହୃଦୟଭରା ଶୁଭେଚ୍ଛା ଗ୍ରହଣ କରିବେ। ଆମ ଦେଶର ଜନସାଧାରଣଙ୍କର ସେବା କରିବା ପାଇଁ ଭଗବାନ ଆପଣଙ୍କୁ  ଦୀର୍ଘ ନିରାମୟ ଜୀବନ ଏବଂ ଖୁସିର ଆଶୀର୍ବାଦ ଦିଅନ୍ତୁ ବୋଲି ଲେଖା ଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଲିଖିତ ବାର୍ତ୍ତାକୁ ତଥାଗତ ନିଜ ଅଫିସିଆଲ ଫେସବୁକ୍‌ ଅକାଉଣ୍ଟରେ ପୋଷ୍ଟ କରିଛନ୍ତି। ତେବେ ଓଡ଼ିଆରେ ଶୁଭେଚ୍ଛା ବାର୍ତ୍ତା ଲେଖାଯାଇଥିବାରୁ ତଥାଗତ ବେଶ ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କର ତଥାଗତ ଜଣେ କଟର ବିରୋଧୀ ନେତା ହୋଇଥିବା ବେଳେ ଏହି ଚିଠି କିନ୍ତୁ ତାଙ୍କ ମନ ଜିଣିନେଇଥିବା ଆଭାସ ମିଳୁଛି। ତଥାଗତ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ସେ ଆଜି ଦିଲ୍ଲୀରେ ପହଞ୍ଚିବା ପରେ ଏହି ବାର୍ତ୍ତା ଜାଣିବାକୁ ପାଇଥିଲେ।  କିଛି ମାସତଳେ ଓଡ଼ିଆ ଭାଷାକୁ ନେଇ ଏକ କଡ଼ା ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ତଥାଗତ। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ତଥାଗତଙ୍କ ପାଖକୁ ଏକ ଚିଠି  ହିନ୍ଦୀ ଭାଷାରେ ଲେଖି ପଠାଇଥିବାରୁ ଏହାକୁ ସେ ନାପସନ୍ଦ କରିଥିଲେ ।

ଜବାବରେ  ମୁଁ ହିନ୍ଦୀ ବୁଝିପାରୁ ନ ଥିବା ଲେଖିଥିଲେ ତଥାଗତ। ଏଥିପାଇଁ ସେ ହିନ୍ଦୀ ଚିଠିର ଜବାବ ଓଡ଼ିଆରେ ଲେଖିଥିଲେ ତଥାଗତ।  ଯୁକ୍ତି ରଖିଥିଲେ ଆମ ରାଜ୍ୟ ଓଡ଼ିଶା ଏକ କାଟାଗୋରି ‘ସି’ ରାଜ୍ୟ ହୋଇଥିବାରୁ  ଏଥିପାଇଁ ଓଡ଼ିଆ ନଚେତ୍ ଇଂରାଜୀ ଭାଷାରେ ପତ୍ରାଳାପ କରିବାକୁ ଅନୁରୋଧ । ସେତେବେଳେ ତଥାଗତଙ୍କ ଏହି ବୟାନ ଖୁବ୍‌ ଝଡ଼ ସୃଷ୍ଟି କରିଥିଲା।  ତଥାଗତ ଜଣେ ଜ୍ଞାନିଗୁଣି ସାଂସଦ ହୋଇ ମଧ୍ୟ ହିନ୍ଦୀ ବୁଝି ନପାରିବା  କଥାଟାକୁ  କେହି ଭିନ୍ନ ଢଙ୍ଗରେ ନେଇପାରିଥାଏ।  କିନ୍ତୁ ଓଡ଼ିଆ ଭାଷା ପାଇଁ ଦିଲ୍ଲୀ ପାୱାର କରିଡରରେ ସେ ଯେଉଁ ସ୍ୱର ଉଠାଇଥିଲେ ବୋଧ ହୁଏ ତାର ପ୍ରତିଫଳନ ପ୍ରଧାନମନ୍ତ୍ରୀ ଏହି ଚିଠିରୁ ବାରିହେଉଛି। ଏହାର ରାଜନୈତିକ ଦିଗକୁ ନେଇ ମଧ୍ୟଅଳ୍ପେବହୁତ ଚର୍ଚ୍ଚା ହେଲାଣି। କେହି କେହି କହିଲେଣି ତଥାଗତକୁ ଓଡ଼ିଆରେ ଜନ୍ମଦିନର ବାର୍ତ୍ତା ପଠାଇ ମୋଦି କାଳେ ତାଙ୍କ ଉପରେ ଗେରୁଆ ଥୋପ ପକାଉଛନ୍ତି। କଥାଟି ଯଦି ସତ ହୁଏ ତଥାଗତଙ୍କୁ ମୋଦି ପଦ୍ମ ପୋଖରୀଆଡ଼େ ଟାଣିନେବେନିତ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story