ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ବାରିପଦା (ମାଣିକଲାଲ ପାଣି): ୯ ମାସର ଝିଅକୁ ଧରି ନିଜ ଦେହରେ ନିଆଁ ଲଗାଇ ଦେଇ ଜଳିଗଲେ ମହିଳା।

ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ତେଲବିଲା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ଠାକୁରମଣି ସିଂ।

ଗତକାଲି ରାତିରେ ଠାକୁରମଣି ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଘରେ କେହି ନଥିବା ବେଳେ ଠାକୁରମଣି ଝିଅକୁ ଧରି କିରୋସିନି ଢ଼ାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ।

ଚିତ୍କାର ଶୁଣି ପଡ଼ୋଶୀ ଉଭୟଙ୍କୁ ଉଦ୍ଧାର କରି ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ।

ଆଜି ଭୋରରୁ ଚିକିତ୍ସାଧୀନ ଅବସ୍ଥାରେ ଠାକୁରମଣିଙ୍କ ମୃତ୍ୟୁ ଘଟିଛି। କେଉଁ କାରଣରୁ ଠାକୁରମଣି ଏଭଳି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ମହିଳାଙ୍କ ସ୍ୱାମୀ ସୁନାରାମ ସିଂ କହିଛନ୍ତି,“ମୁଁ କାମକୁ ଯାଇଥିଲି। କେଉଁ କାରଣରୁ ଏଭଳି ଘଟଣା ଘଟିଲା, ଜାଣିନାହିଁ। ମୋ ସ୍ତ୍ରୀ ଜଣେ ମାନସିକ ରୋଗୀ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।