ବାହାଘର ଦିନ ବୀଭତ୍ସକାଣ୍ଡ: ଯୁବତୀଙ୍କୁ ଏକତରଫା ପ୍ରେମରୁ ଚାଲିଗଲା ଯୁବକଙ୍କ ଜୀବନ

ରାଉରକେଲା: (ଓଡ଼ିଶା ରିପୋର୍ଟର):ଏକତରଫା ପ୍ରେମର କରୁଣ ପରିଣତି। ବାହାଘର ଦିନ ଘଟିଲା ବୀଭତ୍ସକାଣ୍ଡ।  ଏପଟେ ବାହାଘରର ସାହାନାଇ ବାଜୁଥିଲା ଆଉ ସେପଟେ ମାଡ଼ ଖାଇ ଚିତ୍କାର କରୁଥିଲା ପ୍ରେମିକ। ଯୁବତୀଙ୍କ  ଅନ୍ୟତ୍ର ବିବାହ ହେଉଥିବା ଜାଣି ଯୁବକ ଜଣକ ତାଙ୍କ ଘରକୁ ଆସିଥିବା ବେଳେ ହତ୍ୟାକାଣ୍ଡରେ ଶିକାର ହୋଇଛନ୍ତି।  ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ରାଉରକେଲା କୁଆରମୁଣ୍ଡା ବ୍ଲକର ଜଗଦିଶପୁର ଗାଁରେ।

ଉକ୍ତ ଗାଁର  ଅର୍ବିସ ଏକ୍କା ନାମକ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଥିବା ଅଭିଯୋଗ ହୋଇଛି।  ଗତ କିଛି ଦିନ ତଳେ ଅର୍ବିସ୍  ଜଗଦିଶପୁର ଗାଁର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲୋ ଏଥିରେ କିନ୍ତୁ ଯୁବତୀ ଜଣକ ରାଜି ହୋଇ ନ ଥିଲେ। ଏନେଇ ଯୁବତୀଙ୍କ ପରିବାର ଲୋକେ ପୂର୍ବରୁ ଅର୍ବିସଙ୍କୁ ମାଡ଼ ମଧ୍ୟ ମାରିଥିଲୋ।  ତେବେ ଗତକାଲି ରାତିରେ ଯୁବତୀଙ୍କ ବିବାହ ହେଉଥିଲା। ବିବାହ ଖବର ପାଇ ଅର୍ବିସ୍ ତାଙ୍କ ଘରେ ଯାଇ ପହଞ୍ଚିଥିଲେ। ଏପରିକି ସେଠାରେ   ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା।  ଏଥିରେ ଉତକ୍ଷିପ୍ତ ହୋଇ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

କୁଆରମୁଣ୍ଡା ଥାନା ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି। ଏକ ତରଫା ପ୍ରେମ କରି ଅର୍ବିସଙ୍କୁକୁ ନିଜ ଜୀବନ ହାରିବାକୁ ପଡ଼ିଲା। କୁହାଯାଏ ପ୍ରେମ ଉଦାର, ଶାଶ୍ୱତ। ହେଲେ ଏହି ପ୍ରେମ ଯେବେ ପ୍ରତିଶୋଧର ରୂପ ନିଏ ତା’ର ପରିଣତି ଅତି ଭୟଙ୍କର ହୋଇଥାଏ।  ଆଉ ଆଜିର ରାଉରକେଲା ଘଟଣା ଏହାର ଏକ ଉଦାହରଣ।

Ordigital Desk
• Published: Monday, 19 March 2018
• Updated: 19 March 2018, 01:01 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos