ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲା: ସୁବର୍ଣ୍ଣ ନାୟକଙ୍କ ଜାମିନ ଆବେଦନ ଖାରଜ କଲେ ଜିଲ୍ଲା ଦୌରାଜଜ

ଖୋର୍ଦ୍ଧା:  ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଆଜି ସୁବର୍ଣ୍ଣଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି। ନବଦିଗନ୍ତ ଚିଟଫଣ୍ଡ ସଂସ୍ଥା ଜମାକାରୀଙ୍କଠାରୁ ପ୍ରାୟ ୯ କୋଟି ଟଙ୍କା ଠକି ନେଇଥିବା ସିବିଆଇ ତାର ଚାର୍ଜସିଟରେ ଫାଇଲ୍ କରିଥିଲା। ଏହି ମାମଲାରେ ସୁବର୍ଣ୍ଣ ନାୟକଙ୍କ ସମେତ ମୋଟ ୬ଜଣ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରେ ନିଲମ୍ୱିତ ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା, […]

subananayak

subananayak

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 07:55 AM IST

Sports

Latest News

ଖୋର୍ଦ୍ଧା:  ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଆଜି ସୁବର୍ଣ୍ଣଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି। ନବଦିଗନ୍ତ ଚିଟଫଣ୍ଡ ସଂସ୍ଥା ଜମାକାରୀଙ୍କଠାରୁ ପ୍ରାୟ ୯ କୋଟି ଟଙ୍କା ଠକି ନେଇଥିବା ସିବିଆଇ ତାର ଚାର୍ଜସିଟରେ ଫାଇଲ୍ କରିଥିଲା। ଏହି ମାମଲାରେ ସୁବର୍ଣ୍ଣ ନାୟକଙ୍କ ସମେତ ମୋଟ ୬ଜଣ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରେ ନିଲମ୍ୱିତ ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦା, ବିଜେପିର ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତୀ ଅଛନ୍ତି। ଗତ ୧୩ ତାରିଖରେ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ ପ୍ରଦୀପ ପଟ୍ଟନାୟକଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos